Home ଜିଲ୍ଲା ପରିକ୍ରମା ଧୂଷୁରୀରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ, ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କଲା ବିଜେଡି

ଧୂଷୁରୀରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ, ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କଲା ବିଜେଡି

2

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀର ଧୂଷୁରୀ ଠାରେ ବିଜୁ ଜନତା ଦଳ (ବିଜେଡି)ର ୨୯ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଳୀୟ ନେତୃବୃନ୍ଦ ବିରୋଧୀ ବିଜେପି ସରକାରଙ୍କ ଉପରେ ବର୍ଷିବା ସହ ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି।ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ।ସଭାରେ ଉଦବୋଧନ ଦେଇ ବିଜେଡି ନେତାମାନେ ବିଜେପି ସରକାରଙ୍କ ଶାସନ କାଳରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ୧୮ ମାସର ବିଜେପି ସରକାର ସମୟରେ ଓଡ଼ିଶାରେ ପ୍ରାୟ ୪ ହଜାର ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଦଳ ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଛି। ଅପରପକ୍ଷରେ, ବିଜେଡି ଶାସନ ସମୟରେ ଓଡ଼ିଶାରେ ଯେଉଁ ଅଭୂତପୂର୍ବ ଉନ୍ନତି ହୋଇଥିଲା, ତାହାକୁ ନେତାମାନେ ଦୋହରାଇଥିଲେ। ଧାମନଗର ବ୍ଲକ ସଭାପତି ପ୍ରତାପ ସାମଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡା. ବ୍ୟୋମକେଶ ରାୟ, ଚାନ୍ଦବାଲି ବିଧାୟକ, ଡା. ସଞ୍ଜୟ ଦାସ, ନିର୍ବାଚନ ମଣ୍ଡଳୀ ନେତା, ଶର୍ମିଷ୍ଠା ବେହେରା, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା, ଅବନ୍ତୀ ଦାସ, ତିହିଡି ପଂଚାୟତ ସମିତି ଅଧ୍ୟକ୍ଷା, ଅଶୋକ କୁମାର ନାୟକ, ପୂର୍ବତନ ଅଧ୍ୟକ୍ଷ, ପ୍ରଦୀପ ମଲିକ ଓ ସାରଦା ପ୍ରସନ୍ନ ସାହୁ, ଜିଲ୍ଲା ପରିଷଦ ସଭ୍ୟ, ଟୁନିବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା,ଭଦ୍ରକ, ଭାରତ ବିଜୟ ଦଳାଇ , ବିଜେଡ଼ିର ବ୍ଳକ୍ ଯୁବ ସଭାପତି ପ୍ରମୁଖ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତି ଓ ନେତୃବୃନ୍ଦ ଦଳକୁ ତୃଣମୂଳ ସ୍ତରରୁ ଅଧିକ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ନିର୍ବାଚନରେ କିଭଳି ବିଜେଡି ପୁଣି ଥରେ ସଫଳତା ହାସଲ କରିବ, ସେଥିପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା।ଧାମନଗର ଓ ତିହିଡି ବ୍ଲକ ର ବିଭିନ୍ନ ପଂଚାୟତ ରୁ ସରପଂଚ ,ସମିତି ସଭ୍ୟ ଓ କର୍ମୀ ମାନେ ଯୋଗ ଦେଇଥିଲେ। ଧୂଶୁରି ସେବା ସମବାୟ ସମିତି ସଭାପତି ସନ୍ଦୀପ ସ୍ୱାଇଁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.