Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ, ଆଜିବି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର...

ଭଦ୍ରକରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ, ଆଜିବି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ଆସ୍ଥା ଓ ଭରସା ରହିଛି – ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡି ଲୋକଙ୍କ ସାଙ୍ଗରେ ଥିଲା, ଆଗକୁ ରହିବ। ବିଜୁବାବୁଙ୍କ ଆଧୁନିକ ଓଡ଼ିଶାର ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ୨୪ ବର୍ଷର ଶାସନ କାଳରେ ସାକାର କରିଛନ୍ତି। ଓଡ଼ିଶାର ସାଢେ ଚାରିକୋଟି ଲୋକ ହିଁ ଆଜି ମଧ୍ୟ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ମନରୁ ଲିଭାଇନାହାଁନ୍ତି। ସରକାର ନଥିଲେ ବି ବିଜେଡି ଅବହେଳିତ ଓ ମେହନତି ମଣିଷଙ୍କ ପାଇଁ କାର୍ଯ୍ୟକରିବ ବୋଲି ଆଜି ଭଦ୍ରକ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ଭଦ୍ରକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପ୍ରତିଷ୍ଠା ଦିବସରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆହ୍ୱାନ ଦେଇଛନ୍ତି। ଏବଂ ବିଜେଡି ଦଳ ବହୁ ଘାତ ପ୍ରତିଘାତ ଦେଇ ଆଜି ୨୯ ବର୍ଷର ତାର ପ୍ରତିଷ୍ଠା ଦିବସକୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାଳିତ କରିଛି। ବିରୋଧୀ ଦଳରେ ଥାଇ ଆଜି ଏହି ଦିବସଟି ଯେଭଳି ପାଳିତ ହୋଇଛି, ତାହା ଶାସକ ଦଳରେ ଥିବାବେଳେ ପାଳନ ହୋଇନଥିଲା। ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ଆସ୍ଥା ତଥା ଭରସା ଲୋକପ୍ରିୟତା କମିନାହିଁ। ଜିତିବା ହାରିବା ବଡକଥା ନୁହେଁ, ସରକାର ଥିବା ସମୟରେ ଯେଭଳି ଲୋକଙ୍କ ପାଖରେ ଥିଲ, ସେହିଭଳି ଭାବେ ସେମାନଙ୍କ ସୁଖଦୁଃଖରେ ରହି ସେମାନଙ୍କର ପ୍ରିୟ ଭାଜନ ହେବାକୁ କର୍ମୀଙ୍କୁ ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏବଂ ବିଜେଡି ଦଳ ଯେଭଳି ଭାବେ ସର୍ବୋତମ ବୃହତ୍ ଦଳ ଭାବେ ରହିଥିଲା, ସେହିଭଳି ଭାବେ ବିରୋଧୀ ଦଳ ଭାବେ ମଧ୍ୟ ଲୋକଙ୍କ ପାଖରେ ରହି ସଭ୍ୟ ଅଭିଯାନକୁ ବର୍ଦ୍ଧିତ କରିବାକୁ ଆହ୍ୱାନ ଦେଇଛନ୍ତି। ଶାସକ ବିଜେପି ଦଳ ନୂତନ ଯୋଜନା କରିବା ପରିବର୍ତେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇ ଯେଭଳି ଭାବେ ନବୀନ ପଟ୍ଟନାୟକ ଛାଡିଯାଇଥିବା ଯୋଜନାରେ କେବଳ ରଙ୍ଗ ବଦଳାଇ ଦର ବୃଦ୍ଧି କରିଚାଲିଛି। ଏଥିପୂର୍ବରୁ ଜିଲା କାର୍ଯ୍ୟାଳୟର ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ଦଳୀୟ ପତାକା ଉତୋଳନ ପରେ ସହୀଦ ସ୍ମୃତି ଭବନ ଠାରେ ଆୟୋଜିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକ ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭା ପ୍ରାରମ୍ଭରେ ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଜନିତ ହତ୍ୟା ଘଟଣାକୁ ନିନ୍ଦା କରାଯାଇ ମୃତ ବାଳିକା ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଟାଉନ୍ ସଭାପତି ଏମ୍‌ଡି ଜକାଉଲ୍ଲା, ସମାଜସେବୀ ଅଶୋକ ମହାନ୍ତି, କାଉନ୍‌ସିଲର ଦିଲ୍ଲୀପ ନାୟକ, ପାରିଷଦ ଖଗେଶ୍ୱର ବାରିକ, ପାରିଷଦ ଜାହିରୁଦ୍ଦିନ୍ ଖାନ୍‌, ସୟଦ ନାସର ଅଲ୍ଲୀ, ସହିଦ ଖାନ୍‌, ସରପଂଚ ଫରହାତ ଆଲାମ ଖାନ୍‌, ପୂର୍ବତନ ସରପଂଚ ରତ୍ନାକର ସାମଲ, ପ୍ରତାପ ମହାନ୍ତି, ପାରିଷଦଙ୍କ ପ୍ରତିନିଧି ପଙ୍କଜ ବଳ, ବରିଷ୍ଠ ନେତା ରଘୁନାଥ ପଣ୍ଡା, ଟୁଲୁ ପଣ୍ଡା, ସୁଶାନ୍ତ ଚୌଧୁରୀ, ସୁରେନ୍ଦ୍ର ପୃଷ୍ଟି, ଯୁବନେତା ବିକାଶ ଶ୍ରେଷ୍ଠା, ଜାହିଦ ହବିବ, ସୁବ୍ରତ ଦାସ, ନାସିରୁଦ୍ଦିନ୍ ଖାନ୍‌, ଇମ୍‌ତିୟାଜ କଲାମ ଖାନ୍‌, ଦେବାଶିଷ ଭାରତୀ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିପ୍ଳବ କୁମାର ମହାନ୍ତି, ଚରମ୍ପା କିନ୍ନର ମହାସଂଘର ସଭାପତି ସସ୍ମିତା ଶାସମଲ ଓ ତାଙ୍କର ୯ ଜଣ ସାଥୀ ବିଜେଡି ଦଳରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.