Home ଜିଲ୍ଲା ପରିକ୍ରମା ଧାମରାରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ହାଜତ ପଠାଗଲା

ଧାମରାରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ହାଜତ ପଠାଗଲା

11

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ନାବାଳିକା ଦୁଷ୍କର୍ମ କଥା ପରେ ଧାମରାରେ ଜଣେ ବାଳିକାକୁ ଜଣେ ପଡୋଶୀ ଭାଇ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ପରେ ଲୋକ ଲଜ୍ଜା ଭୟରେ ସଂପୃକ୍ତ ପିଡୀତା କନିଅର ମଞ୍ଜି ଖାଇ ଦେଇଥିଲେ। ପରେ ଏହି କଥା ଜଣା ପଡିବା ପରେ ୨୧ତାରିଖ ରାତିରେ ସଂପୃକ୍ତା ପିଡୀତା ଙ୍କ ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ କଟକ ନର୍ସିଂହୋମକୁ ଚିକିତ୍ସା ପାଇଁ ପଠା ଯାଇଥିଲା। ସଂପୃକ୍ତ ନାବାଳିକା ଜଣକ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ସ୍ୱାସ୍ଥ୍ୟବସ୍ଥା ସ୍ତିର ହେବା ପରେ ସେ ଆଇସିୟୁରୁ ଜେନେରାଲ ଓାର୍ଡକୁ ଆସିଛନ୍ତି ବୋଲି ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନିକଟରୁ ପ୍ରକାଶ। ଧାମରା ଥାନାଧିକାରୀ ଏହି ଘଟଣାରେ ଜ୍ଞାନରଞ୍ଜନ ପତିକୁ ଗିରଫ କରି ଥାନାରେ ରଖିଥିବା ବେଳେ ଆଜି ସଂପୃକ୍ତ ଆସାମୀକୁ କୋର୍ଟକୁ ପଠାଇଛନ୍ତି। ଅନ୍ୟ ପକ୍ଷରେ ଜ୍ଞାନରଞ୍ଜନ ପତିଙ୍କ ମା ସରସ୍ୱତୀ ପତି ନିଜେ ଏହାର ପ୍ରତିବାଦ କରିବା ସହ ତାଙ୍କ ପୁଅ ଏହି ଘଟଣାରେ ସଂପୃକ୍ତ ନାହିଁ ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.