ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ସମବାୟ ସମିତି କାର୍ଯ୍ୟାଳୟ ପଛପଟ ବଣଭିତରୁ ଜଣେ ନାବାଳିକା (୧୧)ର ମୃତଦେହ ମଙ୍ଗଳବାର ରାତିରେ ଉଦ୍ଧାର ହେବା ଘଟଣା ଏଠାରେ ଆଲୋଡନ ସୃଷ୍ଟି କରିଛି। ଦୁଷ୍କର୍ମ ପରେ ନାବାଳିକାକୁ ହତ୍ଯା କରାଯାଇଥିବା ସାଧାରଣରେ ସନ୍ଦେହ କରାଯାଉଛି। ତେବେ ଘଟଣାର ଉପଯୁକ୍ତ ତଦନ୍ତ ସହ ଆସାମୀଙ୍କୁ ଠାବ କରିବା ଦାବିରେ ରାତିରେ ବାଲିଗାଁ ଛକ ଓ ଚାନ୍ଦବାଲିର ମଧୁବାବୁ ଛକରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଆଜି ସକାଳୁ ସୁଶାନ୍ତ ମିଶ୍ରଙ୍କ ଝିଅ (ନାବାଳିକା) ନିଖୋଜ ଥିଲା। ସକାଳୁ ପଳିବାର ଲୋକେ ଖୋଜଖବର ନେଉଥିବା ବେଳେ ସନ୍ଧାରେ ଚାନ୍ଦବାଲି ଥାନାକୁ ଜଣାଇଥିଲେ। ତେବେ ରାତି ୭.୩୦ମି ବେଳେ ସମବାୟ ସମିତି କାର୍ଯ୍ଯାଳୟ ପଛପଟରେ ଏକ ନିଛାଟିଆ ତଥା ବଣ ଭିତରେ ନାବାଳିକାର ମୃତଦେହ ଠାବ କରିଥିଲେ ସ୍ଥାନୀୟ ଲୋକେ। ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ଯବଛେଦର ବ୍ଯବସ୍ଥା କରାଇଛି। ଘଟଣାସ୍ଥଳରେ ଶହଶହ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜନା ଲାଗି ରହିଛି। ବ୍ଯବଛେଦ ରିପୋର୍ଟରୁ ଦୁଷ୍କର୍ମ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଚାନ୍ଦବାଲି ଥାନାଧିକାରୀ କହିଛନ୍ତି। ଘଟଣାକୁ ପୁଲିସ ଅତି ଗୁରୁତ୍ୱର ସହ ନେଇଛି ଓ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତି।
Home ଜିଲ୍ଲା ପରିକ୍ରମା ନାବାଳିକାର ମୃତଦେହ ଉଦ୍ଧାର,ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ,ଚାନ୍ଦବାଲିରେ ଉତ୍ତେଜନା, ଟାୟାର ଜାଳି ରାସ୍ତା ଅବରୋଧ କଲେ...








