Home ଜିଲ୍ଲା ପରିକ୍ରମା ଖ୍ୱାଜା ଗରିବ ନୱାଜଙ୍କ ବାର୍ଷିକ ପ୍ରସ୍ତୁତି ବୈଠକ, ଦୁଇ ଦିନ ଧରି ଉତ୍ସବ ପାଳନ ହେବ,...

ଖ୍ୱାଜା ଗରିବ ନୱାଜଙ୍କ ବାର୍ଷିକ ପ୍ରସ୍ତୁତି ବୈଠକ, ଦୁଇ ଦିନ ଧରି ଉତ୍ସବ ପାଳନ ହେବ, ୨୬ରେ ଲଙ୍ଗର ଓ ୨୭ରେ ଧର୍ମସଭା

4

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭାଇଚାରା ସହରରେ ପୁରୁଣା ବଜ଼ାର ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରୁ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ଛକ କମିଟି ଗୃହରେ ୪୨ ତମ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଫ ଉକ୍ତ ବୈଠକ କମିଟିର ସଭାପତି ନସରୁ ଖାନଙ୍କ ସଭାପତିତ୍ୱରେ ଓ ସମ୍ପାଦକ କଲିମୁଦ୍ଦିନ ଖାନ ଙ୍କ ସହଯୋଗରେ ବୈଠକ ହୋଇ ସିଦ୍ଧାନ୍ତ ହେଲା ଯେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁଇ ଦିନ ବ୍ୟାପି ସମାରୋହ ଅନୁଷ୍ଠିତ ହେବ ଫ ପ୍ରଥମ ଦିନ ତଥା ଚଳିତ ମାସ ଡିସେମ୍ବର ୨୬ ତାରିଖ ଶୁକ୍ରବାର ରେ ଅପରାହ୍ନ ୪ ଘଟିକା ସମୟରେ ପୁରୁଣା ବଜ଼ାର ଛକରୁ ଚାଦର ଶୋଭାଯାତ୍ରା ବାହାରି ଖାନକାହା ସରିଫରେ ପହଂଚି ସାନ ସରକାର ଓ ବଡ଼ ସରକାର ବାବାଙ୍କ ସମାଧୀରେ ଚାଦର ଚଢ଼ା ହେବ ଫ ଏବଂ ସନ୍ଧ୍ୟା ୭ ଘଟିକା ଠାରୁ ପୁରୁଣା ବଜ଼ାର ଛକ ଠାରେ ଲଙ୍ଗର ସର୍ବସାଧାରଣଙ୍କ ପାଇଁ ବଓଙ୍କନ କରାଯିବ ଫ ଦ୍ୱିତୀୟ ଦିନ ତଥା ଚଳିତ ଡିସେମ୍ବର ୨୭ ତାରିଖ ଶନିବାର ରାତ୍ରି ୯ ଘଟିକା ସମୟରୁ ଧର୍ମସଭା ଓ ମୁଶାଏରା ଅନୁଷ୍ଠିତରେ ଭାରତର ବିଭିନ୍ନ ରାଜ୍ୟରୁ ମୌଲାନା(ପଣ୍ଡିତ) ଏବଂ ସାଏର (କବି) ମାନେ ଯୋଗଦାନ କରି ଖ୍ୱାଜା ଗରିବ ନାୱାଜଙ୍କ ନୀତିବାଣୀ ଉପରେ ଆଲୋକପାତ କରିବେ ବୋଲି କମିଟିର ଉପ-ସଭାପତି ଶେଖ ଅନୱର , ଅଲି ହୋସେନ, ଶେଖ ନୌଷାଦ , ମିନହାଜ କାଦରୀ , ଇସାର ଅଲି , ଗୋଲାମ ମୋହିଦ୍ଦିନ , ଶେଖ ରୌଶନ, କାଲିଆ ମିସ୍ତ୍ରୀ , ହକିଲ ଖାନ, ଶେଖ ଲାଲା , ମୁନ୍ନା ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.