Home ଜିଲ୍ଲା ପରିକ୍ରମା ୧୬ ନମ୍ୱର ଜାତୀୟ ରାଜପଥରେ ଗୋରୁ ଗାଡି ଉଦ୍ଧାର, ଗାଡ଼ି ଜବତ

୧୬ ନମ୍ୱର ଜାତୀୟ ରାଜପଥରେ ଗୋରୁ ଗାଡି ଉଦ୍ଧାର, ଗାଡ଼ି ଜବତ

5

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥ ବାରିକପୁର ଓଭର ବ୍ରିଜ ନିକଟରେ ମଙ୍ଗଳବାର ଅପରାହ୍ନ ୧ ଘଟିକା ସମୟରେ ଏକ ଓଡି୦୧ଯେ ୬୬୫୧ ପିକପଭ୍ୟାନରେ ଯାଜପୁର ନିକଟରୁ ୭ ଟି ଗୋରୁ ନେଇ କଲିକତା ଅଭିମୁଖେ ଯାଉଥିବା ସମୟରେ, ଭଦ୍ରକର ଗୋରକ୍ଷକ କମିଟିର ସଦସ୍ୟମାନେ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଗାଡିଟି କୁ ବାରିକପୁର ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡି ଚାଳକ ଗାଡି ନ ଅଟକାଇ ଜୋର ଜବରଦସ୍ତି ଭାବରେ ଗାଡିଟିକୁ ନେଇ ପଳାଇବାକୁ ଚେଷ୍ଟା କରିବାରୁ ଗୋରକ୍ଷକ ସଦସ୍ୟମାନେ ଧାମନଗର ଥାନାକୁ ଖବର ଦେଇଥିଲେ। କିଛି ସମୟ ପରେ ଧାମନଗର ଥାନା ଏସ ଆଇ ମହେଶ୍ୱର ପ୍ରଧାନ ଘଟଣାସ୍ଥଳରେ ପହଂଚି ୭ ଟି ଗୋରୁକୁ ଉଦ୍ଧାର କରି ଭଦ୍ରକ ଗୋଶାଳାରେ ଛାଡିଥିଲେ। ପରେ ଉକ୍ତ ପିକପ ଭ୍ୟାନଟି କୁ ଜବତ କରି ଥାନାକୁ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.