Home ଜିଲ୍ଲା ପରିକ୍ରମା ଧାମନଗର ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଧାମନଗର ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

11

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ବିଜୟ କୁମାର ଶତପଥୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଆରମ୍ଭରେ ନନ୍ଦକିଶୋର ଖଣ୍ଡୁଆଳ ସ୍ୱାଗତ ଭାଷଣରେ ଦେଇଥିଲେ। ସ୍କୁଲ ଅଧ୍ୟକ୍ଷ ଶରତ କୁମାର ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୂଖ୍ୟ ବକ୍ତା ଭାବେ ରବିନ୍ଦ୍ର ବିହାରୀ ଯୋଗଦେଇ ଶିକ୍ଷା ସହ ନୀତିମୂଳକ ମୂଲ୍ୟବୋଧର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଉପାଧ୍ୟକ୍ଷ ବିଜୟ କୁମାର ନାୟକ ମଧ୍ୟ ମଂଚାସୀନ ଥିଲେ। ଶେଷରେ ଚିତରଂଜନ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ। ଅନୁଷ୍ଠାନ ସଫଳ କରିବାରେ ରମେଶ ଚନ୍ଦ୍ର ପ୍ରଧାନ, ସୁଦିପ କୁମାର ବିଶ୍ୱାଳ, ପଦ୍ମନାଭ ଦାଶ, ରଶ୍ମିରଞ୍ଜନ ପଣ୍ଡା, ମନୋଜ ସେଠୀ, ରଙ୍ଗାଧର ଜେନା, ସରସ୍ୱତୀ ସେନାପତି, ଲାବଣ୍ୟବତୀ ନାୟକ ଓ ନିରୁପମା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନର ଶେଷ ପର୍ଯ୍ୟାୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କ୍ରୀଡ଼ାରେ କୃତି ଛାତ୍ରଛାତ୍ରୀଙ୍କୁ ସର୍ଟିଫିକେଟ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.