ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଶିକ୍ଷା ସର୍କଲ ଅର୍ନ୍ତଗତ ପୁରୁଷଣ୍ଢ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାରତୀ ମିଶ୍ରଙ୍କ ସଂଯୋଜନାରେ କଳା ଶିକ୍ଷକ ପଦ୍ମନାଭ ସେଠୀଙ୍କ ତତ୍ୱାବଧାନରେ ଅଭିନନ୍ଦନ ପତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ୫୫ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଅଭିନନ୍ଦନ ପତ୍ର ତିଆରି କରିଥିଲେ । ଏହି କର୍ମଶାଳାକୁ ତୋଫାବିବି ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର ପରିଦର୍ଶନରେ ଯାଇ ପିଲାମାନଙ୍କର ଅଭିନନ୍ଦନ ପତ୍ରକୁ ଦେଖି ପ୍ରଶଂସା କରି ଖୁସି ବ୍ୟକ୍ତ କରିବା ସହ ମୋବାଇଲ୍ ଯୁଗରେ ଅଭିନନ୍ଦନ ପତ୍ର ଧିରେ ଧିରେ ଲୋପ ପାଇଯାଉଥିବା ବେଳେ ପୁରୁଷଣ୍ଢ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ପରମ୍ପରାକୁ ବଜାୟ ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସ୍ମିତାରାଣୀ ମାଝି, ସ୍ୱର୍ଣ୍ଣଲତା ମିଶ୍ର, ଅନିତା ଭୂୟାଁ, ପରମେଶ୍ୱର ପୃଷ୍ଟି, ଗାୟତ୍ରୀ ନାୟକ, ପ୍ରିୟଙ୍କା ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟା ସହଯୋଗ କରିଥିଲେ । କଳା ଶିକ୍ଷକ ଶ୍ରୀ ସେଠୀଙ୍କ ଉଦ୍ୟମରେ ବିଭିନ୍ନ ସ୍ୱତନ୍ତ୍ର ଦିବସରେ ସ୍ୱଦେଶୀ ସାମଗ୍ରୀ ନିର୍ମାଣ କର୍ମଶାଳାକୁ ଅଚଂଳବାସୀ ଉଚ୍ଚ ପ୍ରଶଂସା କରିଥିଲେ ।








