Home ଜିଲ୍ଲା ପରିକ୍ରମା ଭଦ୍ରକରେ ରାଜ୍ୟ ଟାଇକୋଣ୍ଡୋ ଚାମ୍ପିୟାନସିପ ୨୭ରେ

ଭଦ୍ରକରେ ରାଜ୍ୟ ଟାଇକୋଣ୍ଡୋ ଚାମ୍ପିୟାନସିପ ୨୭ରେ

2

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଟାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶାର ୨୨ତମ ଚମ୍ପିୟାନସିପ ଆସନ୍ତା ଡିସେମ୍ବର ୨୭ତାରିଖରେ ଚରମ୍ପା ମହାରାଜା ଅଗ୍ରସେନ ଭବନରେ ଅନୁଷ୍ଠିତ ହେବ ବୋଲି ତାଉର ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଟାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶା ଓ ଭଦ୍ରକ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ସହଯୋଗ ଅନୁଷ୍ଠିତ ଏହି ଶିବିରରେ ୧୮ଟି ଜିଲ୍ଲାର ୪୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ଏହି କାର୍ଯ୍ୟକ୍ରମକୁ ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକର ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଓ ଭାରତର ଟାଇକୋଣ୍ଡୋର ଜନକ ତଥା ଟାଇକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଜିମି ଆର ଜିଗତାନୀ ଯୋଗ ଦେବେ ବୋଲି ସମ୍ମତି ଦେଇଥିବା ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଓଜନ ବିଭାଗରେ ଖେଳ ହେବା ସହ ୩୦ ଜଣ ବ୍ଲାକ ବେଲ୍ଟ, ୧୮ଜଣ ଜାତୀୟ ରେଫେରି ଜିମି ଆର ଜଗତନୀଙ୍କ ସମ୍ମୁଖରେ ନିଜର ପରୀକ୍ଷା ଦେବାର ଯୋଜନା ଅଛି। ଶେଷ ଦିନରେ କୃତୀ ପ୍ରତିଯୋଗୀ ମାନଂକୁ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିବା ସହ, ସ୍ଥାନୀୟ ସମାଜସେବୀ, ଜିଲ୍ଲା ପ୍ରସାଶନ ଓ ସାମ୍ବାଦିକ ବନ୍ଧୁ ମାନେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.