
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାମ ପରିବର୍ତନକୁ ବିରୋଧ କରି ଆଜି ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱ ରେ ଶତାଧିକ ଦଳୀୟ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଫାଟକ ସମ୍ମୁଖରେ ମହାତ୍ମା ଗାନ୍ଧୀଜୀ ଙ୍କ ଫୋଟଚିତ୍ର ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆୟୋଜିତ ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନରେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ଟାଉନ ସଭାପତି ଅବଦୁଲ ମୋକିତ ଖାଁ, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା,ଅମିତା ବାଳା ଆଚାର୍ଯ୍ୟ, ହସିନା ଖାତୁନ, ବ୍ଲକ ସଭାପତି ପୀତବାସ ଧଳ,ଧାମନଗର ବ୍ଲକ ରମେଶ ବେହେରା,ବଳରାମ ରାଉତ, ଅନୁସୂଚିତ ଜାତିର ଜିଲ୍ଲା ସଭାପତି ବିଦ୍ୟାଧର ଜେନା,ପଦ୍ୟୁମ୍ନ ଦାସ,କାଉନସିଲ ସାହିଲ କାଦ୍ରୀ, ଯୁବନେତା ଇଲିଆସ ଅଲି ଖାଁ,ଲାଲୁ ଖାଁ,ରାଜ୍ୟ ସମ୍ପାଦକ ଶଶିକାନ୍ତ, ରଞ୍ଜନ ଜେନା, ଜେନା,ହାଡିବନ୍ଧୁ ବିଶ୍ୱାଳ,ଦୀନବଧୁ ଦାସ,ବିଜୟ ଦାସ, ମନୋଜ ମଲ୍ଲିକ ଙ୍କ ସମେତ ଶତାଧିକ ଦଳୀୟ ନେତା କର୍ମୀ ମାନେ ଯୋଗଦେଇ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋଦୀ ସରକାର ହାଏ ହାଏ, ବିଜେପି ସରକାର ଡାଉନ ଡାଉନ ନାରାବାଜି ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀମହାନ୍ତି କେନ୍ଦ୍ରର ବିଜେପି ସରକାର ଉଦେଶ୍ୟ ମୂଳକ ଭାବେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭଳି ଏହି ଐତିହାସିକ ଯୋଜନା ରେ ମହାତ୍ମା ଗାନ୍ଧୀଙ୍କ ନାମ କୁ ପରିବର୍ତନ କରିବାକୁ ଯେଉଁ ଷଡଯନ୍ତ୍ର କରିଛନ୍ତି ତାହାକୁ ନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ବୋଲି ଗଣମାଧ୍ୟମକୁ କହିଛନ୍ତି । ପରେ ଜିଲ୍ଲା ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ରାଜ୍ୟସରକାରଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଡେପୁଟି କଲେକ୍ଟର ଶ୍ରୀ କାର୍ତିକ ମଣ୍ଡଳଙ୍କୁ ପ୍ରଦାନ କରିଥିଲେ ।







