Home ଜିଲ୍ଲା ପରିକ୍ରମା ଧାମନଗରରେ ଆରମ୍ଭ ହେବ ‘ବିଧାୟକ ମେଧା ସମ୍ମାନ’, ଯୋଗଦେବେ ଶତାଧିକ ପ୍ରଧାନଶିକ୍ଷକ, ଶିକ୍ଷାର ବିକାଶ ପାଇଁ...

ଧାମନଗରରେ ଆରମ୍ଭ ହେବ ‘ବିଧାୟକ ମେଧା ସମ୍ମାନ’, ଯୋଗଦେବେ ଶତାଧିକ ପ୍ରଧାନଶିକ୍ଷକ, ଶିକ୍ଷାର ବିକାଶ ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବଡ଼ ଘୋଷଣା

5

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀକୁ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ମଡେଲ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏକ ଅଭିନବ ଅଭିଯାନର ଶୁଭାରମ୍ଭ ହେବାକୁ ଯାଉଛି। ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏହି କାର୍ଯ୍ୟକ୍ରମରେ “ବିଧାୟକ ମେଧା ସମ୍ମାନ – ୨୦୨୫” ସୋମବାର ଶୁଭାରମ୍ଭ କରିବେ। “ଶିକ୍ଷା ପ୍ରଥମ – ଧାମନଗର” ସ୍ଲୋଗାନ ସହ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଚଳର ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆଣିଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରାଯିବ। ଏହି ଅବସରରେ ପ୍ରଧାନଶିକ୍ଷକ ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ଧାମନଗର ନିର୍ବାଚନ ମଣ୍ଡଳୀ ର ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷ ମାନେ ସାମିଲ ହେବେ। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ନୂତନ ଶିକ୍ଷା ନୀତି (ଘଋଚ)ର ସଫଳ ରୂପାୟନ ଏବଂ ବିଦ୍ୟାଳୟ ପରିଚାଳନାରେ ସଂସ୍କାର ଆଣିବା ପାଇଁ ମନ୍ତ୍ରୀ ସିଧାସଳଖ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ।କାର୍ଯ୍ୟକ୍ରମ ଅନୁଯାୟୀ, ବୋର୍ଡ କିମ୍ବା ଶିକ୍ଷା ପରିଷଦ ପରୀକ୍ଷାରେ ଇ୧ ଗ୍ରେଡ୍ ପାଇଥିବା ପ୍ରତିଟି ଛାତ୍ରଛାତ୍ରୀଙ୍କୁ ୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ବିଦ୍ୟାଳୟର ସଫଳ ପରିଚାଳନା, ନାମଲେଖା ବୃଦ୍ଧି ଏବଂ ଡ୍ରପ୍‌-ଆଉଟ୍ ହ୍ରାସ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପ୍ରଧାନଶିକ୍ଷକଙ୍କୁ ୧୦,୦୦୦ ଟଙ୍କାର ‘ଲିଡରସିପ୍ ଆୱାର୍ଡ’ ବା ନେତୃତ୍ୱ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯିବ।ବିଦ୍ୟାଳୟ ଗୁଡ଼ିକର ଭିତିଭୂମି ବିକାଶ ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୈକ୍ଷିକ ଫଳାଫଳ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ବିଦ୍ୟାଳୟକୁ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ବିକାଶ ସହାୟତା ମିଳିବ। ଏହି ଅର୍ଥ ସ୍ମାର୍ଟ କ୍ଲାସରୁମ୍‌, ଉନ୍ନତ ପାଠାଗାର ଓ କ୍ରୀଡ଼ା ଭିତିଭୂମି ଗଠନରେ ବ୍ୟବହାର କରାଯିବ।ଏହି ପୁରସ୍କାର ପାଇଁ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ୟୁଡିଆଇସି+ ତଥ୍ୟ ଆଧାରରେ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ବାଛିବେ। “ଶିକ୍ଷା ହିଁ ସମାଜର ପରିବର୍ତନର ମୂଳଦୁଆ। ଧାମନଗର ରେ କୌଣସି ବି ଶିଶୁ ଯେପରି ଶିକ୍ଷାରୁ ବଂଚିିତ ନ ହୁଅନ୍ତି।” ଆଗାମୀ ଦିନରେ ପ୍ରତି ୬ ମାସରେ “ଧାମନଗର ଶିକ୍ଷା ପ୍ରଗତି ରିପୋର୍ଟ” ପ୍ରକାଶ କରାଯାଇ ଶୈକ୍ଷିକ ବାତାବରଣର ସମୀକ୍ଷା କରାଯିବ। ଧାମନଗର ବାସୀଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ବେଶ୍ ଉତ୍ସାହ ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.