ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ସିନ୍ଦୋଳ ପଂଚାୟତ ଉଚ୍ଚ ବିଦ୍ୟାପୀଠରେ ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ପକ୍ଷରୁ ଶିଶୁ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି ।ବିଡ଼ିଓ ନିରଞ୍ଜନ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ଉତ୍ସବକୁ ଉଦ୍ଘାଟନ କରିଥିଲେ ।ଏହିଅବସରରେ ଓଷ୍ଟାର ବ୍ଲକ ଉପସଭାପତି ବିଷ୍ଣୁ ଚରଣ ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ବାରିକ ଯୋଗଦେଇ ଶିଶୁଙ୍କ ପ୍ରତିଭାର ବିକାଶରେ ଶୁଶୁ ଉତ୍ସ୍ୱ ସହାୟକ ହୋଇଥାଏ ବୋଲି କହିଥିଲେ ।ମୁଖ୍ୟବକ୍ତା ଭାବେ ଓଷ୍ଟାର ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ଦେବବ୍ରତ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଜିଲା ସହସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ଆନନ୍ଦପ୍ରସାଦ ସିନ୍ଦୋଳ ପଞ୍ଚାୟତ ସହଯୋଗ ହାଇସ୍କୁଲ ପ୍ରଧାନଶିକ୍ଷକ ଭକ୍ତବନ୍ଧୁ ପତି, ପରିଚାଳନା କମିଟି ସଭାପତି ସୁକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଶିଶୁ ଉତ୍ସବ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ଆଗ୍ରହ ସୃଷ୍ଟିକରେ ବୋଲି କହିଥିଲେ । ଓଷ୍ଟାର ବ୍ଲକ ସମ୍ପାଦକ ପ୍ରଧାନଶିକ୍ଷକ ବିଶ୍ୱନାଥ ପଣ୍ଡା ବିବରଣୀ ପାଠ କରିଥିଲେ । ଜିଲା କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ନିତ୍ୟାନନ୍ଦ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଉତ୍ସବରେ ବ୍ଲକର ୨୧ଟି ସ୍କୁଲର ୨୬୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ, ତର୍କ, ଗଳ୍ପ ଲିଖନ, କବିତା ରଚନା, ସାଧାରଣ ଜ୍ଞାନ, କୁଇଜ ଇତ୍ୟାଦି ୧୦ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂଘ ପତାକା ଉତୋଳନ କରାଯାଇଥିଲା । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ସଭାରେ ଓଷ୍ଟାର ଉପ ସଭାପତି ଶ୍ରୀ ନାୟକ ପୌରୋହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ସରପଂଚ ସୁପ୍ରଭା ପାଣି, ମୁଖ୍ୟବକ୍ତା ଓଷ୍ଟା ଜିଲା ସଭାପତି ଶଶି ଶେଖର କରଶର୍ମା, ବିଶିଷ୍ଟ ଅତିଥି ଭାବେ ଜିଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ, ସମିତିସଭ୍ୟ ନକୁଳ ବାରିକ, ପୂର୍ବତନ ସରପଂଚ ମୀନକେତନ ସେନାପତି, ଶିକ୍ଷକ ରତିକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ତାରାକାନ୍ତ ପତି, ସୁରେଶ ଚନ୍ଦ୍ର ମହାକୁଡ଼, କିଶୋର ଚନ୍ଦ୍ର ବାରିକ, ବାସୁଦେବ ରଣା, ସୁବାସ ଚନ୍ଦ୍ର ଶୁକ୍ଳ, ସୁଧୀର କୁମାର ପରିଡ଼ା, ବାଇଧର ଜେନା, ମହେଶ୍ୱର ସାହୁ, ପଦ୍ମଲୋଚନ ପରିଡ଼ା ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ସନ୍ତୋଷ କୁମାର ପଣ୍ଡା, ଭାଗିରଥି ବେହେରା, ଲଲାଟେନ୍ଦୁ ମହାପାତ୍ର, ନୃସିଂହ ଚରଣ ପଣ୍ଡା, ଅଭୟ ସେନାପତି, ଅଶୋକ ନାୟକ, ବୈକୁଣ୍ଠ ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସମେତ ଓଷ୍ଟାର କର୍ମକର୍ତାମାନେ ଓ ପୂର୍ବତନ ସରପଂଚ ବୈକୁଣ୍ଠ ପାଣି, ଅନିରୁଦ୍ଧ ବାରିକ, ସରୋଜ ନାୟକ, ବଳରାମ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ଓଷ୍ଟା ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ଉତ୍ସବ, ଶିଶୁଙ୍କ ପ୍ରତିଭାର ବିକାଶରେ ସହାୟକ ହୋଇଥାଏ ଶିଶୁଉତ୍ସବ








