Home ଜିଲ୍ଲା ପରିକ୍ରମା ଏସଏଜେ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ

ଏସଏଜେ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ

10

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ସ୍ଥିତ ଏସ ଏ ଜେ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି । ବିଦ୍ୟାଳୟ ସନ୍ନିକଟ ଖେଳ ପଡ଼ିଆରେ ଆୟଜିତ କାର୍ଯ୍ୟକ୍ରମ ରେ ଉଦ୍ଘାଟନ ଉତ୍ସବ୍ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମିଶ୍ର ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ସରପଂଚ ଅଶୋକ କୁମାର ପଣ୍ଡା, ଅନ୍ୟତମ ଅତିଥିଭାବେ ସିଆରସିସି ହାପା ମାରାଣ୍ଡି, ପୂର୍ବତନ ଏ ବି ଇ ଓ ଭୋଳା ନାଥ ସାହୁ,ପରିଚାଳନା କମିଟି ସଭାପତି ତପନ ଦାସ, ଶିକ୍ଷକ ଉତମ ଜେନା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଖେଳ ସମ୍ପର୍କ ରେ ଉତମ ବାର୍ତା ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଉଜଳିତା ଦ୍ୱିବେଦୀ ଅତିଥି ଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ସରୋଜିନୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶିକ୍ଷୟତ୍ରୀ କବିତା ପଣ୍ଡା , ମନୋସିନି ବେହେରା, ସୁମିତ୍ରା ଦାସ,ହରପ୍ରିୟା ଜେନା ମଂଚ ପରିଚାଳନା କରିଥିଲେ ।କ୍ରୀଡା ଶିକ୍ଷୟତ୍ରୀ ସ୍ୱଚ୍ଛନ୍ଦା ତ୍ରିପାଠୀ , ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ରାଉତ,ଶକୁନ୍ତଳା ମାରାଣ୍ଡି,ଦେବଜାନୀ ମହାନ୍ତି, ରାବେୟା ଖାତୁନୁ, ଅମଲା ଦାସ,ସବିତା ରାଉତ , ଅବତାର ଖାଁ ଖେଳ ପରିଚାଳନା କରିଥିଲେ । ୨ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ବାର୍ଷିକ କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.