ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସରକାରୀ ବାଳିକା ବିଦ୍ୟାଳୟ ଆଗରପଡା ପରିସରରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ ରଞ୍ଜନ ମହାନ୍ତି ସଭାକୁ ପୌରହିତ୍ୟ କରିଥିଲେ । ଏଥରେ ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ତୋଫାବିବି ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର, ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ୍, ଉପ-ସଭାପତି ଦୋଳ ଗୋବିନ୍ଦ ନାଥ ପ୍ରମୁଖ ଯୋଗଦେଇ ପାଠପଢା ସାଙ୍ଗକୁ କ୍ରୀଡା ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ପ୍ରମୁଖ ମାଧ୍ୟମ ବୋଲି କହିଥିଲେ । ଶିକ୍ଷକ ଅଜିତ୍ କୁମାର ରାଉଳ ଅତିଥି ପରିଚୟ, ବିରେନ୍ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ଦାସଙ୍କ ତତ୍ୱାବଧାନରେ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନେ ୨୨ ଟି ବିଭାଗରେ ଦୌଡ, ଗଣିତ ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ସଟଫୁଟ୍, ଡିସ୍କୋସ୍ ଥ୍ରୋ, ବସ୍ତା ଦୌଡ, ବ୍ୟାଡମିଟଂନ ଆଦିରେ ଭାଗ ନେଇଥିଲେ । ଶିକ୍ଷୟିତ୍ରୀ ବନୋଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, ପ୍ରମୋଦିନୀ ସାହୁ, ରଞ୍ଜିତା ଶିଅଳ, ସାଗରିକା ମହାନ୍ତି,ସାବିତ୍ରୀ ଦାଶ, କୈଳାସ ଚନ୍ଦ୍ର ପଣ୍ଡା, ଭୀମସେନ ପାଲ, ଶୁଶାନ୍ତ କୁମାର ଜେନା ପ୍ରମୁଖ କ୍ରୀଡାକୁ ପରିଚାଳନା କରିଥିଲେ ।








