Home ଜିଲ୍ଲା ପରିକ୍ରମା ଆହତ ଶ୍ରୀନିବାସଙ୍କୁ ଭେଟିଲେ ବିଜେପି ନେତା

ଆହତ ଶ୍ରୀନିବାସଙ୍କୁ ଭେଟିଲେ ବିଜେପି ନେତା

16

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେନ୍ଦୁଆପଦା ପଚାଂୟତ ପଛତିରା ଗ୍ରାମର ବିଜେପିର କର୍ମକର୍ତା ତଥା ସାମାଜିକ ଗଣାମାଧ୍ୟମ କର୍ମୀ ଶ୍ରୀନିବାସ ରାଉତ(କଟ୍ଟପ୍ପା) ୬ ଦିନ ପୂର୍ବେ ନିଜ ଘରକୁ ଫେରୁଥିବା ବେଳେ ତୋଡଗାଁ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଆକ୍ରୋଶମୂଳକ ଭାବେ ଟାଟା ଏସି ଗାଡି ତାଙ୍କୁ ଧକ୍କା ଦେଇଥିଲା । କାନରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ସେ ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ଭଦ୍ରକ, କଟକ ଡାକ୍ତରଖାନା ଓ ପରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ ତାଙ୍କୁ ଭେଟି ଆଷୁ ଆରୋଗ୍ୟ କାମନା କରିଥିଲେ । ତାଙ୍କ ସହ କେନ୍ଦୁଆପଦା ସରପଚଂ ଇଂ.ପ୍ରମୋଦ ଜେନା, ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ସ୍ୱାଇଁ, ରଶ୍ମିରଞ୍ଜନ ସେନାପତି ପ୍ରମୁଖ ଥିବା ବେଳେ ହସ୍ପିଟାଲ କର୍ତୂପକ୍ଷଙ୍କ ସହ କଥା ହୋଇ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଲୋଚନା କରିଥିଲେ । ପ୍ରକାଶଥାଉକି ସଂପୃକ୍ତ ଅଚଂଳରେ କଟ୍ଟପ୍ପା ଭାବେ ପରିଚିତ ଶ୍ରୀନିବାସ ବିଭିନ୍ନ ସମୟରେ ଚୋରା ଗୋ ଚାଲାଣ କାରୀଙ୍କୁ ଅଟକାଇ ନିକଟସ୍ଥ ଥାନା, ଫାଣ୍ଡିରେ ଜିମା ଦେଉଥୁବା ବେଳେ ଗୋ ଚାଲାଣକାରୀ ମାନେ ଆକ୍ରୋଶ ରଖି ଦୁର୍ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ଉପରୋକ୍ତ ଘଟଣାରେ କେନ୍ଦୁଆପଦା ଫାଣ୍ଡିରେ ଟାଟା ଏସି ଓ ଶ୍ରୀନିବାସଙ୍କ ବୁଲେଟ୍ ବାଇକକୁ ଜବଦ୍ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.