Home ଜିଲ୍ଲା ପରିକ୍ରମା ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱିଚତ୍ୱାରିଂଶତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ, ଆଗାମୀ ସମୟର...

ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱିଚତ୍ୱାରିଂଶତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ, ଆଗାମୀ ସମୟର ଆହ୍ୱାନରେ ଶିଶୁମାନଙ୍କର ଚରିତ୍ରବତାର ବିକାଶ ପାଇଁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ରହିଛ – ମନ୍ତ୍ରୀ

5

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୂଆବଜାର, ଭଦ୍ରକର ଦ୍ୱିଚତ୍ୱାରିଂଶତମ ବାର୍ଷିକୋତ୍ସବ ଛପୁଲିଆସ୍ଥିତ ନୂତନ ଶିଶୁ ବାଟିକା ଭବନରେ ଉଦ୍‌ଯାପିତ ହୋଇଯାଇଛି । ବାର୍ଷିକ ଉସବର ଦ୍ୱିତୀୟ ଦିବସର ସଭାରେ ବିଦ୍ୟାଳୟର ପୂର୍ବଛାତ୍ର ତଥା ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ସଭାମଣ୍ଡନ କରି ଆଗାମୀ ସମୟର ଆହ୍ୱାନରେ ଶିଶୁମାନଙ୍କର ଚରିତ୍ରବତାର ବିକାଶ ପାଇଁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉପସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ ଅତିଥି ମାନଙ୍କର ପରିଚୟ କରିଥିଲେ । ବିଦ୍ୟାଳୟର ସଭାପତି ବ୍ରଜ କିଶୋର ବଳ ସଭାରେ ସଭାପତିତ୍ୱ କରିଥିଲା ବେଳେ ସମ୍ପାଦକ ବିଭୁ ଚନ୍ଦନ ଜେନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସମ୍ପନ୍ନ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରାନ୍ତ ସହ ପ୍ରଚାରକ ଓଡ଼ିଶା (ପୂର୍ବ) ଅସିତ୍ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ସଭାର ସମ୍ମୁଖ ଭାଗରେ ଉପସ୍ଥିତ ନିମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଇତ୍ୟବସରରେ ବିଦ୍ୟାଳୟର ମୁଖପତ୍ର “ଭାରତୀ” ର ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ୱାରା ହୋଇଥିଲା ଏବଂ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉକ୍ତ ଦୁଇ ଦିନର ବିବିଧ କାର୍ଯ୍ୟକ୍ରମକୁ ସଠିକ୍ ପରିଚାଳନା କରିଥିବାରୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.