ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉନ୍ନତି ପାଇଁ ବହୁ ଯୋଜନା ଓ ଆର୍ôଥକ ସହାୟତା ଘୋଷଣା କରୁଥିବା ବେଳେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଂଚଳର ହରସିଂପୁରଡିଆଁ ସରକାରୀ ସେବାଶ୍ରମ ସ୍କୁଲରୁ ଆସୁଥିବା ଅଭିଯୋଗ ସେହି ଦାବିକୁ ପ୍ରଶ୍ନର ସମ୍ମୁଖୀନ କରିଛି। ଏଠାରେ ପଢୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ସୁଭିଧା ଯୋଗାଇ ଦେଉଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ହରସିଂ ପୁର ଡିଆଁ ସରକାରୀ ସେବାଶ୍ରମ ସ୍କୁଲ ରେ ଛାତ୍ର ଗଭୀର ଅଣଦେଖା ଓ ଅବହେଳାର ସମ୍ମୁଖୀନ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି।ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯେଉଁ ମୌଳିକ ସୁବିଧା ମିଳିବା କଥା ପାଠପୁସ୍ତକ, ଶିକ୍ଷା ସାମଗ୍ରୀ, ବସ୍ତ୍ର, ମଧ୍ୟାହ୍ନ ଭୋଜନ ଓ ଛାତ୍ରବୃତି ସେସବୁ ଠିକ୍ଭାବେ ଯୋଗାଯୋଗ ହେଉନାହିଁ। କେତେକ ଛାତ୍ରଛାତ୍ରୀ ଦୀର୍ଘ ଦିନ ଧରି ପୁସ୍ତକ ବିନା ପଢ଼ାଶୁଣା କରୁଥିବା ଓ ଛାତ୍ରବୃତି ଟଙ୍କା ଆସିନଥିବା କଥା ମଧ୍ୟ ଉଠାଇଛନ୍ତି। ଶୀତ ଦିନରେ ଶୀତ ବସ୍ତ୍ର ନ ଦେବା ଫଳରେ ନିଜର ଭାଗ୍ୟକୁ ଆଦରି ଦୂର ଦୁରାନ୍ତ ରୁ ଆସୁଥିବା ଛାତ୍ର ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି, ୧୦ରୁ ଅଧିକ ଛାତ୍ର କାଛୁ କୁଣ୍ଡିଆ ରୋଗରେ ଆକ୍ରାନ୍ତ ଥିବାରୁ ସେମାନଙ୍କୁ ଅଣଦେଖା କରାଯାଉଛି, ବିଷଧାନ ପାଣି ପିଇବା ବଦଳରେ ଅବିସୁଧ ପାଣି ପିଇ ବିଭିନ୍ନ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି, ସବୁ ଜାଣି ପ୍ରଧାନ ଶିକ୍ଷକ ନିରବ ଦ୍ରଷ୍ଟା, ସ୍ଥାନୀୟ ଅଭିଭାବକମାନେ କହିଛନ୍ତି, “ସରକାର ସେବାଶ୍ରମ ସ୍କୁଲ ପାଇଁ ବହୁ ଅର୍ଥ ଦେଉଛନ୍ତି ବୋଲି କୁହାଯାଉଛି, କିନ୍ତୁ ଆମ ପିଲାମାନେ ସେହି ସୁବିଧା ପାଉନାହାନ୍ତି। ନିୟମିତ ପାଠପଢ଼ା ହେଉନାହିଁ, ମଧ୍ୟାହ୍ନ ଭୋଜନର ଗୁଣମାନ ମଧ୍ୟ ଖରାପ ଥିବା ଅଭିଯୋଗ ରହିଛି।” ଛାତ୍ରଛାତ୍ରୀମାନଙ୍କ କଥା ଆଉ ଅଧିକ ଚିନ୍ତାଜନକ। ସେମାନେ କହୁଛନ୍ତି, ଶିକ୍ଷକ ଅଭାବ ଯୋଗୁଁ ନିୟମିତ କ୍ଲାସ ହେଉନାହିଁ, କେତେକ ସମୟରେ ଘଂଟା ଘଂଟା ଧରି କ୍ଲାସ ଖାଲି ରହୁଛି। ଏହାର ସିଧା ପ୍ରଭାବ ସେମାନଙ୍କ ଶିକ୍ଷା ଉପରେ ପଡ଼ୁଛି। ଏହି ଘଟଣାକୁ ନେଇ ସାମାଜିକ ସଂଗଠନ ଓ ଶିକ୍ଷା ସଚେତନ ଲୋକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମତାନୁସାରେ, ସେବାଶ୍ରମ ସ୍କୁଲ ହେଉଛି ଗରିବ ଓ ପଛପଡ଼ା ବର୍ଗର ପିଲାମାନଙ୍କ ଭବିଷ୍ୟତ ଗଢ଼ିବାର ମୁଖ୍ୟ ଆଧାର। ସେଠାରେ ଯଦି ଏଭଳି ଅବହେଳା ଚାଲିଥାଏ, ତେବେ ଏହା ସମ୍ପୂର୍ଣ୍ଣ ପିଢ଼ିକୁ ପଛକୁ ଠେଲିଦେବ।ଏହି ଅଭିଯୋଗକୁ ନେଇ ଚାନ୍ଦବାଲି ବ୍ଲକ ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସରକାରୀ ଅର୍ଥ କେଉଁଠି ଖର୍ଚ୍ଚ ହେଉଛି ନାଁ ପ୍ରଧାନ ଶିକ୍ଷକ ପକେଟ କୁ ଯାଉଛି ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି।ପ୍ରଶାସନ ପକ୍ଷରୁ ଅଭିଯୋଗ ତଦନ୍ତର ଆଶ୍ୱାସନ ଦିଆଯାଉଥିବା ସତ୍ୱେ, ଏପର୍ଯ୍ୟନ୍ତ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଦେଖାଯାଇନାହିଁ। ଏବେ ପ୍ରଶ୍ନହରସିଂପୁରଡିଆଁ ସେବାଶ୍ରମ ସ୍କୁଲରେ ପଢୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଯୋଜନା କେବଳ କାଗଜରେ ରହିବ କି, ନା ସେମାନଙ୍କ ଜୀବନରେ ସତ୍ୟ ସାର୍ଥକ ପରିବର୍ତନ ଆସିବ ତାହା ଦେଖିବାକୁ ବାକି ରହିଲା।
Home ଜିଲ୍ଲା ପରିକ୍ରମା ଧାମରା ଡିଆଁ ହରସିଂପୁର ସରକାରୀ ସେବାଶ୍ରମ ସ୍କୁଲରେ ଛାତ୍ରଙ୍କୁ ଅଣଦେଖା , କାଛୁ କୁଣ୍ଡିଆ ରୋଗରେ...








