
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ଆଗରପଡା ଶିକ୍ଷାପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ୧୯୭୯ ରୁ ୧୯୮୧ ମସିହା ପୁରାତନ ସି.ଟି. ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସୀତାନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.କାର୍ତିକେଶ୍ୱର ରାଉଳ, ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଭାଗବତ ପ୍ରସାଦ ନାୟକ,ଜୟଦେବ ଦାଶ, ଅନନ୍ତପୁର କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ରଜନୀ କାନ୍ତ ପାଣିଗ୍ରାହୀ, ବରିଷ୍ଠ ଗୁରୁଛାତ୍ର ହୃଷିକେଷ ବେହେରା,ପୁରାତନ ଛାତ୍ର ସଂସଦର ସମ୍ପାଦକ ସୁରେନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ହୋଇ ପୁରୁଣା ଦିନର ଅନୁଭୂତି ବାଂଟିଥିବା ବେଳେ ବର୍ତମାନର ବିଭିନ୍ନ କାର୍ଯ୍ୟ କ୍ଷେତ୍ର ଉପରେ ମତ ରଖିଥିଲେ । ଆଗାମୀ ଦିନରେ ପୁରାତନ ସଂସଦ ବୃକ୍ଷରୋପଣ,ସମାଜର ଅବହେଳିତ ଓ ଦୁସ୍ତ ଲୋକ ମାନଙ୍କୁ ସହଯୋଗର ହାତ ବଢାଇବା ନେଇ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ପରଲୋକଗତ ସାଥୀଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ବିଶମ୍ବର ସାହୁ ଅତିଥି ପରିଚୟ ରଖିଥିବା ବେଳେ କୁନ୍ତଳା କୁମାରୀ ନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ ଓ ଶେଷରେ ରାମଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନର ସହ ସମ୍ପାଦକ ନନ୍ଦ କିଶୋର ଜେନାଙ୍କ ଆବାହକତ୍ୱରେ ଭାଗିରଥୀ ଦାସ, ଚିନ୍ତାମଣୀ ସେଠୀ, କାର୍ତିକ ଚନ୍ଦ୍ର ସାହୁ, ଲାଲ୍ ମୋହନ ମହାପାତ୍ର, ରବିନ୍ଦ୍ର ନାଥ ବେହେରା, ରଙ୍ଗାଧର ଶତପଥି, ରତ୍ନାକର ପଣ୍ଡା, ଅନିମା ନାୟକ, ମନୋରମା ଦାଶ, କନକ ମଞ୍ଜରୀ ବେହେରା, ସ୍ନେହଲତା ଦାଶ, ବ୍ରଜକିଶୋର ନାୟକ,ପୂର୍ଣ୍ଣଚନ୍ଦ୍ର ମହନ୍ତ, ସାଧବ ନାୟକ, ତ୍ରିଲୋଚନ ବାରିକ୍, ଗଦାଧର ମହନ୍ତ, ଜୟରାମ ମହନ୍ତ, ଚନ୍ଦ୍ର ମୋହନ ମହନ୍ତ, କାଳିଚରଣ ପରିଡା, ଜୟରାମ ମହନ୍ତ, କରୁଣାକର ବିଶ୍ୱାଳ, ପ୍ରଦୀପ କୁମାର ମହ୍ଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।







