Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

3

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦଇପୁର ପଂଚାୟତ ରେ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ପୋଷାକ ବଂଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଧାମନଗର ର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ତଥା ବିଆରସିସି ଶ୍ରୀଯୁକ୍ତ ଭୀମସେନ ହୋ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷଧିକାରୀ ସତ୍ୟସୁନ୍ଦର ପରିଡ଼ା,ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ତଥା ପୂର୍ବତନ ସିଆରସିସି ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ, ଅନ୍ୟତମ ଅତିଥିଭାବେ ସହକାରୀ ଶିକ୍ଷକ ଚିତ ରଞ୍ଜନ ସେଠି, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ମୁର୍ମୁ, ଶିକ୍ଷୟତ୍ରୀ ରଶ୍ମିତା କର, ସ୍ନିଗ୍ଧା ବେହେରା, ଭାଗ୍ୟଲଷ୍ମୀ ଦାଶ ଯୋଗ ଦେଇଥିଲେ, ଏହି ପରିପେକ୍ଷୀ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ, ଜୋତା, ଟି -ଶାର୍ଟ, ଟୋପି, ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ରେ ସଭାପତି ନଟବର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.