Home ଜିଲ୍ଲା ପରିକ୍ରମା ଶ୍ରୀମଦ୍ ଭଗବତ ଗୀତା ଜୀବନର ପ୍ରକୃତ ଦର୍ଶନ କରାଇଥାଏ, ଆମ ମାତୃଭାଷା ପରିଷଦର ଧନୁ ସଂକ୍ରାନ୍ତି...

ଶ୍ରୀମଦ୍ ଭଗବତ ଗୀତା ଜୀବନର ପ୍ରକୃତ ଦର୍ଶନ କରାଇଥାଏ, ଆମ ମାତୃଭାଷା ପରିଷଦର ଧନୁ ସଂକ୍ରାନ୍ତି ଆସର

5

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର “ଧନୁ ସଂକ୍ରାନ୍ତି ଆସର” ସାମରାଇପୁର କଲ୍ୟାଣୀନଗର ସ୍ଥିତ ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶଙ୍କ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଂ. ଅଭୟ ସୂତାରଙ୍କ ପୌରହିତ୍ୟରେ ବୟୋଜେଷ୍ଠ ଶୁଭ୍ରକାନ୍ତି ଦାଶ ଉଦ୍‌ଘାଟନ କରିଥିଲେ। ଶ୍ରୀମଦ୍ ଭଗବତ ଗୀତାରେ ଜୀବନ ଦର୍ଶନ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଅମୃତଦର୍ଶନ ପତ୍ରିକାର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟ ଅତିଥି ମୁନି ସମାଜର ସଭାପତି ପଣ୍ଡିତ ଦଶରଥ ପଣ୍ଡା, ସମ୍ମାନନୀୟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ଅତିଥି ହରିଶ୍ଚନ୍ଦ୍ର ଦାସ, ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ଇଂ ରବିନ୍ଦ୍ର ଜେନା, ଗୟାଧର ପଣ୍ଡା, ଅଧ୍ୟକ୍ଷ କୃପାସିନ୍ଧୁ ନାୟକ ପ୍ରମୁଖ ଶ୍ରୀମଦ୍ ଭଗବତ୍ ଗୀତା ମନୁଷ୍ୟ ଜୀବନର ପ୍ରକୃତ ଦର୍ଶନ କରାଇଥାଏ। ପୂର୍ବତନ ରାଷ୍ଟ୍ରପତି ଶେଖ୍ ଅବଦୁଲ କାଲାମ୍ ଗୀତା ହିଁ ମୋ ଜୀବନର ମୁଖ୍ୟ ଦିଗ୍ ଦର୍ଶକ ଦେଇଛି ବୋଲି କହିଥିଲେ। ଜୀବନ ଧାରାର ପ୍ରକୃତ ପଥ ଶୃଙ୍ଖଳା ଓ ଆତ୍ମଚିନ୍ତନ କରାଇଥାଏ। ଗୀତାରୁ ଯୋଗ, କର୍ମ, ଭକ୍ତି, ଆତ୍ମ ଜ୍ଞାନ, ସ୍ଥିତପ୍ରଜ୍ଞତା, ଆତ୍ମାର ସ୍ଥିତି, ସୁଖ କଣ, ଦୁଖ କଣ? ଭଗବତ ପ୍ରାପ୍ତି ଓ ବିଜ୍ଞତାର ବାଟ ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। କବୟିତ୍ରୀ ଶାନ୍ତିଲତା ବାରିକ, ମୋନାଲିସା ସାହୁ ଓ ସରୋଜିନୀ ନାୟକଙ୍କ ସଂଯୋଜନାରେ ଧନୁ ସଂକ୍ରାନ୍ତି କବିତା ଆସରରେ ଉମେଶ ଚନ୍ଦ୍ର ମହାପାତ୍ର, ଅଂଶୁମାନ ସ୍ୱାଇଁ, ଜଗନ୍ନାଥ ରାଉତ, ବିଜୟ କୁମାର ବହଳୀ, ଲକ୍ଷ୍ମୀଧର ରାଉତ, ରମାକାନ୍ତ ପାଳ, ବୀଣାପାଣି ତ୍ରିପାଠୀ, ସରୋଜ କୁମାର ଓଝା, ବୈକୁଣ୍ଠ ନାଥ ଓଝା, ସସ୍ମିତା ସାହୁ, ମଧୁସୂଦନ ମହାପାତ୍ର, ସେକ୍ ଅବଦୁଲ୍ ଦୟାନ୍‌, ସୁରଞ୍ଜନ ପଣ୍ଡା, ବାବୁଲାଲ ଦାସ, ସାଧନା ସାମଲ, ନିରଞ୍ଜନ ନାୟକ, ରଞ୍ଜୁ ନାୟକ, କୃପାସିନ୍ଧୁ ନାୟକ, ବିଚିତ୍ରାନନ୍ଦ ଜେନା, ସୁରେଶ କୁମାର ସାହୁ, ସୁମିତ୍ରା ପାଣି, ସ୍ୱାଗତିକା ଦାସ ପ୍ରମୁଖ ପ୍ରାୟ ପଚାଶ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ସହ ସ୍ୱାଗତଭାଷଣ ଦେଇଥିଲେ ଏବଂ ସହ-ସମ୍ପାଦିକା ମମତାରାଣୀ ଦାଶମିଶ୍ର ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ବେଦପାଠ କରିଥିଲେ। ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ମଂଚ ପରିଚାଳନା କରିଥିଲେ ଓ ଶେଷରେ ଲକ୍ଷ୍ମଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.