Home ଜିଲ୍ଲା ପରିକ୍ରମା ସାଇକେଲ୍ ଚଲାଇ ଅଫିସ୍ ଆସିଲେ ଭଦ୍ରକ ଜିଲାପାଳ

ସାଇକେଲ୍ ଚଲାଇ ଅଫିସ୍ ଆସିଲେ ଭଦ୍ରକ ଜିଲାପାଳ

12

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ ବାସଭବନରୁ ସାଇକେଲ୍ ଚଳାଇ ନିଜ କାର୍ଯ୍ୟାଳୟକୁ ଆସି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏ ସଂପର୍କରେ ସେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସେ ଜିଲାପାଳ ହେଲେ ମଧ୍ୟ ଜଣେ ମଣିଷ। ଏଣୁ ଜିଲାପାଳଙ୍କୁ ସାଇକେଲ ଚଳାଇବା ମନା କି! ଆଜି ତାଙ୍କର କୌଣସି ଗସ୍ତ କାର୍ଯ୍ୟକ୍ରମ ନଥିବାରୁ ସେ ଏଭଳି ନିଷ୍ପତି ନେଇଥିବାର କହିଥିଲେ। କେନ୍ଦ୍ର ସରକାରଙ୍କ ଫିଟ୍ ଇଣ୍ଡିଆ ମୁମେଂଟର କାର୍ଯ୍ୟକ୍ରମ ଚାଲୁଥିବାବେଳେ ପ୍ରତ୍ୟେକ ବ୍ୟକ୍ତି ସାଇକେଲ୍ ଚଲାଇବା ଉଚିତ୍‌। ଶାରୀରିକ ଦୃଷ୍ଟି କୋଣରୁ ଯିଏ ସୁସ୍ଥ ନୁହେଁ ସେ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ନୁହେଁ। ଦ୍ୱିତୀୟରେ ଜିଲାପାଳ ଭଳି ଗୁରୁ ଦାୟିତ୍ୱରେ ସମୟ ଅଭାବରୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଇହୁଏନାହିଁ। ତେଣୁ ସାଇକେଲ୍ ଚଲାଇବା ମୋ ପାଇଁ ମାନସିକ ସ୍ତରରେ ସୁସ୍ଥ ରହିବାର ଏକ ଶ୍ରେଷ୍ଠ ଉପାୟ। ଏବେ ଯେଉଁ ସ୍ଥାନକୁ ଆମେ ଚାଲି ଚାଲି କିମ୍ବା ସାଇକେଲ୍‌ରେ ଗଲେ ଚଳିବ, ସେ କ୍ଷେତ୍ରରେ ବାଇକ୍ ବ୍ୟବହାର କରୁଛୁ। ଆଜି ସମୟ ଆସିଛି ନିଜ ଜୀବନ ଶୈଳୀର ପରିବର୍ତନ କରିବା ପାଇଁ ସାଇକେଲ୍ ଚାଳନା ସହ ଯୋଗ ପ୍ରାଣାୟମ କରିବା ଉଚିତ୍‌। ମେଦ ବହୁଳ ଶରୀରର ପରିବର୍ତନ ପାଇଁ ଫାଷ୍ଟ ଓ ଜଙ୍କ ଫୁଡ୍ ପରିତ୍ୟାଗ କରି ବ୍ୟାୟାମ କରିବା ବର୍ତମାନ ସମୟରେ ଜରୁରୀ ଅଟେ। ଏହିଭଳି ପ୍ରତ୍ୟେକ ଅଧିକାରୀ ମଧ୍ୟ ସାଇକେଲ୍ ଚଳାଇ ଅଫିସ୍‌କୁ ଆସିବା ଉଚିତ୍‌। ଫଳରେ ନିଜ ଶରୀର ସୁସ୍ଥ ରହିବା ସହ ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ହେବ। ଏଠାରେ ସୂଚନାଯୋଗ୍ୟ ଜିଲାପାଳ ଶ୍ରୀ ରାଉତରାଏ କିଛିଦିନ ପୂର୍ବରୁ ଚାଷୀ ବେଶରେ ବିଭିନ୍ନ ମଣ୍ଡି ବୁଲିବା ସହ ଚାଷୀଙ୍କ ଠାରୁ ଧାନକ୍ରୟରେ କଟ୍‌ଣୀ ଛଟଣୀ ସଂପର୍କରେ ବହୁ ତଥ୍ୟ ହାସଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.