ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ପରେ ସରକାର ପରିବର୍ତନ ହେଉଛି ହେଲେ ଆଜି ବି ଓଡ଼ିଆ ଭାଷାର ସୁରକ୍ଷା ଶୀତଳଭଣ୍ଡାରରେ ବୋଲି ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ର ୪୨ତମ ବାର୍ଷିକ ଉତ୍ସବ ଓ ମହତାବ ଜୟନ୍ତୀ ଅବସରରେ ଓଉପନ୍ୟାସିକ ତଥା ସମ୍ବାଦର ଉତର ଉଡିଶା ମୁଖ୍ୟ ଚିତରଞ୍ଜନ ଚିରଂଜିତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ। ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବିମ୍ବାଧର ବେହେରାଙ୍କ ସଭାପତିତ୍ୱରେ ତଥା କାର୍ଯ୍ୟକାରୀ ସଭାପତି ଭାଗିରଥି ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ କବି ତଥା ସମାଜସେବୀ ସାଧୁଚରଣ ମହାପାତ୍ର ସଭା ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବାଲିଖଣ୍ଡ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଦେବେନ୍ଦ୍ର ନାଥ ଅଗସ୍ତି ଓ ସମ୍ମାନିତ ଅତିଥି ଭାବେ କବି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଂଚ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ରାଣୀତାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ କେଦାରନାଥ ମହାପାତ୍ର ବେଦ ପାଠ କରିଥିଲେ। ବିଏସ ସାମାଜିକ ସଂଗଠନର କୁନି କୁନି ପିଲା ମାନେ ସ୍ୱାଗତ ନୃତ୍ୟ ପରିବେଶନ କରିଥିଲେ। ସମ୍ପାଦକ ତପନ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ରମେଶ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ମୁଖପତ୍ର ରାଣୀପ୍ରଭା ର ୧୧ତମ ସଂସ୍କରଣ, ଓ ପୂର୍ବତନ ପୋଲିସ ଅଫିସର ଗଗନ ବିହାରୀ କରଙ୍କ “ବିବାହ ସଂସ୍କୃତି “ର ଲୋକାର୍ପଣ କରାଯାଇଥିଲା। ପରିଷଦ ତରଫରୁ ଚିତରଞ୍ଜନ ଚିରଞ୍ଜୀତଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଗୌରବ ସମ୍ମାନ,କବି ଭରତ ଚନ୍ଦ୍ର ଦାଶଙ୍କୁ କାବ୍ୟଭାରତୀ ଲକ୍ଷ୍ମୀଧର ମିଶ୍ର ସମ୍ମାନ, ଆଲୋକ ଖେମକାଙ୍କୁ ସମାଜସେବୀ ଶଙ୍କର୍ଷଣ ଦାଶ ସମ୍ମାନ, ଶିଶୁ ସାହିତ୍ୟିକ ବାଇଧର ନାୟକଙ୍କୁ ସାଳନ୍ଦୀ ସମ୍ମାନ, ଶିକ୍ଷାବିତ ସୁଶାନ୍ତ କୁମାର ମିଶ୍ରଙ୍କୁ ଦାମୋଦର ଚୌଧୁରୀ କୃତୀ ଶିକ୍ଷକ ସମ୍ମାନ,ବ୍ୟଙ୍ଗକବି ଉମାକାନ୍ତ ପାଣିଗ୍ରାହୀଙ୍କୁ ନୀଳମଣି ନାୟକ ସ୍ମୃତି ସମ୍ମାନ, ଡ଼ ଦେବସ୍ମିତା ପଣ୍ଡାଙ୍କୁ କରୋନା ଯୁଦ୍ଧା ଡ଼ ନରହରି ବେହେରା ସମ୍ମାନ, ଦଶମ ଶ୍ରେଣୀ ପରୀକ୍ଷାରେ ଭଦ୍ରକ ବ୍ଲକ ଟପର ସୁଶ୍ରୀ ଦେବୀ ରାଣୀ ସାହୁଙ୍କୁ ରାଧାଶ୍ୟାମ ମହାନ୍ତି କୃତୀ ସମ୍ମାନ ଓ ରାଣୀତାଲ ଅଞ୍ଚଳର ଦଶମ ଶ୍ରେଣୀ ପରୀକ୍ଷାରେ ଅଧିକ ନମ୍ୱର ରଖିଥିବା ସୁଶ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କୁ ପୁର୍ଣଚନ୍ଦ୍ର ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦ୍ୱିତିୟାର୍ଧରେ ସୁଶାନ୍ତ କୁମାର ମିଶ୍ର, ସାବିତ୍ରୀ କବି, ମନୋରମା ରାୟ, ମହେଶ୍ୱର ନାୟକଙ୍କ ସଂଯୋଜନାରେ କବିତା ପାଠୋସ୍ତବ ଅନୁଷ୍ଠିତ ହୋଇଥିଲା। ଏଥିରେ ତିରିଶରୁ ଅଧିକ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଭ୍ୟ ନଗେନ୍ଦ୍ର ପାଣି,ଗଣେଶ ପ୍ରସାଦ ଦାଶ, ଅଞ୍ଜନ କୁମାର ଲେଙ୍କା, କୃଷ୍ଣଚଦ୍ର ସେନାପତି, ଦଶରଥ ପଣ୍ଡା, ନୀଳକଣ୍ଠ ବାରିକ, ସାଇ ପଦ୍ମ ନାୟକ, ଦେବଦତ ମଲ୍ଲିକ, ରାମଚନ୍ଦ୍ର କର, ସୁଜାତା ମହାପାତ୍ର, ଜାନକୀ ପାଢ଼ୀ, ଗୋପାଳ ଦାଶ, ରାଧାଶ୍ୟାମ ନାୟକ, ସୁବ୍ରତ ମହାନ୍ତି, ମହେଶ୍ୱର ମହାପାତ୍ର,ଶାନ୍ତି ଲତା ପଣ୍ଡା, ଅନିତା ଜେନା,ଶିକ୍ଷା ବିତ ଅନିତା ମହାନ୍ତି,ଅଟଳ ବାରିକ, ପ୍ରବୋଧ ମିଶ୍ର, ଦିପକ ନାୟକ, ଶଶଧର ସାମଲ, ସିନ୍ଧୁଲତା ସାମଲ ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧିବକ୍ତା କରୁଣାକର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।







