Home ଜିଲ୍ଲା ପରିକ୍ରମା ଭଦ୍ରକ ଏସବିଡି ସ୍କୁଲରେ କୁଇଜ ପ୍ରତିଯୋଗିତା

ଭଦ୍ରକ ଏସବିଡି ସ୍କୁଲରେ କୁଇଜ ପ୍ରତିଯୋଗିତା

15

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏସ.ବି.ଡି. ଆନ୍ତର୍ଜାତୀୟ ବିଦ୍ୟାଳୟରେ ସାଧାରଣ ଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସପ୍ତମ ଶ୍ରେଣୀର ୧୭୬ ଜଣ ଛାତ୍ର / ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ସ୍କୁଲର ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ ଓ ସ୍କୁଲ ପ୍ରିନସିପାଲ ଯୁଧିଷ୍ଠିର ଦେବତାଙ୍କ ତତାବଧାନରେ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ଓ ଏହି ପ୍ରତିଯୋଗିତାରେ ୩ କୃତି ଛାତ୍ର / ଛାତ୍ରୀ ଭାବରେ ଉତୀର୍ଣ୍ଣ ହୋଇଛନ୍ତି ଓ ପ୍ରଥମ ସ୍ଥାନରେ ନିତିନଜିତ ସାହୁ ଯିଏକି ପୁସ୍ତକ ଲେଖି ଗିନିଜ ବୁକରେ ସ୍ଥାନ ପାଇସାରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅର୍ପିତା ସାମଲ ଓ ତୃତୀୟ ସ୍ଥାନରେ ନାଇସା ଦୀକ୍ଷିତ କୃତିତ୍ୱ ହାସଲ କରିଥିଲେ । କୃତି ଛାତ୍ର / ଛାତ୍ରୀ ମାନଙ୍କୁ ସ୍କୁଲ ପ୍ରିନସିପାଲ ଯୁଧିଷ୍ଠିର ଦେବତା ଓ ଚ୍ୟାରମ୍ୟାନ ମାଡାମ ଆଶାବରୀ କର ପୁରୁସ୍କୃତ ଉପହାର ଓ ପ୍ରମାଣପାତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.