Home ଜିଲ୍ଲା ପରିକ୍ରମା ବାଙ୍ଗଲାଦେଶୀ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଜିଲା ତଥା ଦେଶରୁ ତଡିବା ପାଇଁ ଦାବି

ବାଙ୍ଗଲାଦେଶୀ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଜିଲା ତଥା ଦେଶରୁ ତଡିବା ପାଇଁ ଦାବି

6

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବାଙ୍ଗଲାଦେଶୀ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବିଶ୍ୱ ହିନ୍ଦୁ ପରିଷଦ ଭଦ୍ରକ ଜିଲା ଶାଖା ପକ୍ଷରୁ ଉଦବେଗ୍ ପ୍ରକାଶ ପାଇଛି। ଜିଲା ସଂପାଦକ ବସନ୍ତ କୁମାର ରାଉତଙ୍କ ନେତୃତ୍ୱରେ ବିଶ୍ୱ ହିନ୍ଦୁ ପରିଷଦର ବହୁ କର୍ମକର୍ତାମାନେ ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଜିଲାରୁ ତଡିବା ପାଇଁ ଜିଲାପାଳଙ୍କୁ ଲିଖିତ ପତ୍ର ଜରିଆରେ ନିବେଦନ କରିଛନ୍ତି। ଏହି ପତ୍ରରେ ଦର୍ଶାଯାଇଛି ଯେ ଏହି ଅନୁପ୍ରବେଶକାରୀମାନେ ଗାଁ ଗାଁ ବୁଲି ବିଭିନ୍ନ ପ୍ରକାର ଫେରି କରିବା ସମୟରେ ସଂପୃକ୍ତ ଅଂଚଳରେ ଥିବା ମଠ ମନ୍ଦିରରୁ ଚୋରି କରୁଛନ୍ତି। ଏହାଛଡା ଲଭ୍ ଜିହାଦ, ଲେଣ୍ଡ ଜିହାଦ, ପପୁଲେସନ ଜିହାଦ, ନେରେଟିଭ୍ ଜିହାଦ ଭଳି ସଂଗଠନ ଗୁଡିକ ଦେଶଦ୍ରୋହୀ କାର୍ଯ୍ୟରେ ସାମିଲ ହୋଇ ସମାଜରେ ଅସ୍ଥିରତା ସୃଷ୍ଟି କରୁଛନ୍ତି। ଯାହାଫଳରେ ସଂପୃକ୍ତ ଅଂଚଳର ଧାର୍ମିକ, ସାଂସ୍କୃତିକ, ଆଧ୍ୟାତ୍ମିକ ବ୍ୟବସ୍ଥାରେ ସଂକଟ ଦେଖାଦେଇଛି। ଫଳରେ ହିନ୍ଦୁ ସମାଜରେ ଅସନ୍ତୋଷ ବୃଦ୍ଧି ପାଇଛି। ଏପରିକି ଫେରି କରିବା ଦ୍ୱାରା ବହୁ ଓଡ଼ିଆ ଯୁବକ ନିଜର ବ୍ୟବସାୟ ହରାଇବା ସହ ନିଶା ଖାଇ ନିଜର ଶକ୍ତି ସାର୍ମଥ୍ୟ ହରାଇବାକୁ ବସିଛନ୍ତି। ସମାଜରେ ଏବେ ଏହିଭଳି ବହୁ ସମସ୍ୟା ଦେଖାଯାଉଛି। ଏଣୁ ବାଙ୍ଗଲାଦେଶୀ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ସହ ସଂପାଦକ ଆଲୋକ କୁମାର ପଣ୍ଡା, ଦୁର୍ଗାବାହିନୀ ଜିଲା ସଂଯୋଜିକା ମଧୁସ୍ମିତା ମହାପାତ୍ର, ସହ ସଂଯୋଜିକା ମୋନାଲିସା ଦାସ, ବଜରଙ୍ଗ ଦଳ ଓ ଉପାସନା କେନ୍ଦ୍ରର ପ୍ରମୁଖ ଚନ୍ଦ୍ରଶେଖର ରାଉତ, ରଞ୍ଜିତ ପୃଷ୍ଟି, ମିଲନ କୁମାର ଦାସ, ସୌମ୍ୟରଞ୍ଜନ କର, ଅନୀଲ କୁମାର ଜେନା, ରାଜୀବ ନାୟକ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.