Home ଜିଲ୍ଲା ପରିକ୍ରମା ବିଜେଡିର ଅଭିଯୋଗକୁ ଖଣ୍ଡନ କଲେ ବ୍ଲକ ଅଧ୍ୟକ୍ଷ,କହିଲେ ହୋଇଥିବା ଅଭିଯୋଗ ସମୂର୍ଣ୍ଣ କପୋଳକଳ୍ପିତ

ବିଜେଡିର ଅଭିଯୋଗକୁ ଖଣ୍ଡନ କଲେ ବ୍ଲକ ଅଧ୍ୟକ୍ଷ,କହିଲେ ହୋଇଥିବା ଅଭିଯୋଗ ସମୂର୍ଣ୍ଣ କପୋଳକଳ୍ପିତ

20

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବା ଏବଂ ଭଣ୍ଡାରିପୋଖରୀ ବିଧାୟକଙ୍କ ବାସଭବନରେ ଦଳୀୟ ପଦାଧିକାରୀ ମାନେ ବ୍ଲକ ଅଧ୍ୟକ୍ଷ କୋଟିଏ ଟଙ୍କାର ଦୁର୍ନିତି କରିଥିବା କଥା ନାଟକୀୟ ମୋଡରେ ପହଚିଂଥିଲା । ଆଜି ଏକାଧିକ ସମିତିସଭ୍ୟ ଓ ପଦାଧିକାରୀଙ୍କୁ ଧରି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି । ଭଣ୍ଡାରିପୋଖରୀ ବିଧାୟକ ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାରେ ସଫଳ ନ ହେବାରୁ ତାଙ୍କ ବାସଭବନକୁ ଡାକି ନିର୍ଦ୍ଧିଷ୍ଟ କିଛି ନେତୃବୃନ୍ଦଙ୍କୁ ବସାଇ କୋଟି କୋଟି ଟଙ୍କା ହଡପ କରିଥିବାର ମିଥ୍ୟା ଅଭିଯୋଗ ଆଣିଥିଲେ । ବାସ୍ତବରେ ମୁଁ ୨୦୦୯ ମସିହା ଠାରୁ ସିମେଟଂ,ରଡ ବ୍ୟବସାୟ ଆରମ୍ଭ କରିବା ପରେ ଭେଣ୍ଡର କୋର୍ଡ ଖୋଲିଥିଲି । ୨୦୨୨ ମସିହାରେ ମୁଁ ବ୍ଲକ ଅଧ୍ୟକ୍ଷ ହେଲି । ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ନାମରେ ହୋଇଥାଏ ଓ ସମସ୍ତ ଅର୍ଥ ଅନଲାଇନ୍ ରେ ପେମେଟ କରାଯାଇଥାଏ । ଏଥିରେ ମୋର କୌଣସି କିଛି ସଂପୃକ୍ତି ନାହିଁ । ଜିଲ୍ଲାପାଳଙ୍କୁ ମୋ ବିରୋଧରେ କରାଯାଇଥିବା ଅଭିଯୋଗର ତଦନ୍ତକୁ ମୁଁ ସ୍ୱାଗତ କରୁଛି । ବିଧାୟକ ଯେଉଁ ମନଗଢା କାହାଣୀ ଲେଖୁଛନ୍ତି ତାର ଜବାବ ଆଗାମୀ ଦିନରେ ଜନ ସାଧାରଣ ଦେବେ । ଗତ ପଚାଂୟତ ନିର୍ବାଚନରେ ଏହି ବ୍ଲକରେ ଥିବା ୨୫ ଗୋଟି ପଚାଂୟତ ମଧ୍ୟରୁ ଗୋପିନାଥପୁରରେ ମୁଁ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲି ବୋଲି ସେ ସୂଚନା ଦେଇଥିଲେ । ପଠାଇଥିବା ସୂଚନା ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ବି.ଟି.ପୁର ସମିତିସଭ୍ୟ ଜୋର୍ତିମୟୀ ପଣ୍ଡା,ମହାନ୍ତିପଡାର ନିର୍ମଳ ନାୟକ,ନିଳୋକର ଉଦ୍ଧବ ଚରଣ ସେଠୀ, ବଡବର୍ଚ୍ଚିକୟାଁର ସନ୍ତୋଷ ପହି, ଗଣିଜାଙ୍ଗର ମନୋରଞ୍ଜନ ସେଠୀ, ବ୍ଲକ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା, ଜିଲ୍ଲା ଯୁବ ସମ୍ପାଦକ କାଶୀନାଥ ସେଠୀ, ପ୍ରଦୀପ୍ତ ସାମଲ, ଧମେନ୍ଦ୍ର ଜେନାଙ୍କ ସମେତ ଗୋପିନାଥପୁରର ବହୁ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.