Home ଜିଲ୍ଲା ପରିକ୍ରମା ମାନସିକ ସ୍ୱାସ୍ଥ୍ୟ କର୍ମଶାଳା

ମାନସିକ ସ୍ୱାସ୍ଥ୍ୟ କର୍ମଶାଳା

15

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଧାରାବାହିକ ମାନସିକ ସ୍ୱାସ୍ଥ୍ୟ କର୍ମଶାଳା ଚାଲୁରହିଥିବାବେଳେ ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟ ଏବଂ ବି.ଏନ.ଏମ.ଏ କଲେଜ ପାଳିଆବିନ୍ଧାଠାରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି। ଅବସର ପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତିଙ୍କ ସଂଚାଳନରେ ଏବଂ ଯଥାକ୍ରମେ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ା ଏବଂ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରତାପ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ସ୍ୱାସ୍ଥ୍ୟ ମନସ୍ତତ୍ତ୍ୱବିତ୍ ଲୋନି ଲିୟନି ବେହେରା ଓ ଡଃ ଲଲୀତା ସୋରେନ୍‌, ମାନସିକ ଅବସାଦ ଜନିତ ଆତ୍ମହତ୍ୟାର ଲକ୍ଷଣ, କାରଣ ଓ ନିରାକରଣ ଗୁଡିକ ବିଷଦ ଭାବରେ ଆଲୋଚନା କରିଥିଲେ। ଉପଯୁକ୍ତ ଚିକିତ୍ସା ଏବଂ ପରାମର୍ଶ ମାଧ୍ୟମରେ ଉକ୍ତ ମାନସିକ ଦୁଶ୍ଚିନ୍ତା, ଅବସାଦ ଦୂର କରାଯାଇପାରିବ ବୋଲି ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ସଫଳତାରେ ଉପସ୍ଥିତ ଅଧ୍ୟାପିକାଅଧ୍ୟାପକଗଣ ଅଶୋକ କୁମାର ଗୋଚ୍ଛାୟତ, ସ୍ୱପ୍ନାବାସବଦତ୍ତା ସୁତାର, ପଦ୍ମାଳୟା ଖଟୁଆ, ଅଶୋକ କୁମାର ମଲ୍ଲିକ, ରାମଚନ୍ଦ୍ର ବେହେରା, ରାଜେନ୍ଦ୍ର ଭୂଇଁ ସହଯୋଗ କରିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ କୋଡିନେଟର ଦେବେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.