Home ଜିଲ୍ଲା ପରିକ୍ରମା ସୟା ପଂଚାୟତର ବିଜେଡି ଯୁବନେତା ବିଜେପିରେ ସାମିଲ

ସୟା ପଂଚାୟତର ବିଜେଡି ଯୁବନେତା ବିଜେପିରେ ସାମିଲ

20

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସୟା ପଂଚାୟତର ବିଜେଡି ଯୁବନେତା ଶୁଭେନ୍ଦୁ ମଲ୍ଲିକ ତାଙ୍କ ସମର୍ଥକଙ୍କ ସହ ବିଜେପିରେ ସାମିଲ ଥିବାଜଣାପଡିଛି। ଯୁବନେତା ଶ୍ରୀ ମଲ୍ଲିକ ଶନିବାର ଭୁବନେଶ୍ୱର ସ୍ଥିତ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବାସଭବନରେ ପହଂଚି ନିଜ ସମର୍ଥକଙ୍କ ସହ ଦଳରେ ମିଶି ଥିଲେ।ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ସୁରଜଙ୍କ ସହିତ ବଡଚଣା ବିଧାୟକ ଅମର ନାୟକ ଓ ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା ଉପସ୍ଥିତ ଥିଲେ।ଯୁବନେତା ଶ୍ରୀ ମଲ୍ଲିକଙ୍କ ସହିତ ଶୁକଦେବ ପାତ୍ର, ନବଘନ ସାହୁ,ଗୋପୀନାଥ ସାହୁ,ଭରତ ମହାକିକ,ହିମାଂଶୁ ନାୟକ, ଗୋପାଳ ଦାସ,ବାଦଲ ପାତ୍ର, କାଳନ୍ଦୀ ମହାଳିକ, ମୁକ୍ତିକାନ୍ତ ନାୟକ, ରମାକାନ୍ତ ବାରିକ ବିଜେପିରେ ସାମିଲ ହୋଇଥିଲେ।ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନୀତି ଆଦର୍ଶ ଓ ଦୃଢ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଥିବା ପ୍ରକାଶ କରିଛନ୍ତି। ଯୁବନେତା ଶ୍ରୀ ମଲ୍ଲିକ ଦୀର୍ଘ ବର୍ଷଧରି ବିଜେଡିରେ ରହି ଦଳକୁ ସୁସଙ୍ଗଠିତ କରିପାରିଥିଲେ ।ସେ ବିଜେଡି ଜିଲ୍ଲା ଯୁବ ସମ୍ପାଦକ ଭାବେରହି ସୂଚାରୁ ରୂପେ ନିଜର ଦାଇତ୍ୱ ସମ୍ପାଦନ କରିଥିଲେ।ସେ ଆଗାମୀ ପଂଚାୟତ ନିର୍ବାଚନରେ ବିଜେପି ଦଳକୁ ବିଜୟୀ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ।ସରପଂଚଙ୍କ ପ୍ରତିନିଧି ରବିନ୍ଦ୍ର ଶତପଥୀ,ବିଜେପିନେତା ରାଜକିଶୋର ନାୟକ,ଶରତ ଲେଙ୍କା,ସୁବାଷ ମଳିକ,ସମିତି ସଭ୍ୟ ପ୍ରତିନିଧି ସୁକାନ୍ତ ବିଶ୍ୱାଳ,ଧୀରେନ୍ଦ୍ର ସେଠୀ, ରମେଶ ଲେଙ୍କା,ଖଗେଶ୍ୱର ମଲ୍ଲିକ,ଦାମୋଦର ମଲ୍ଲିକ,ବୈଲୋଚନ ମଲ୍ଲିକ,ଶେଖର ବଳ, ଅରୁଣ ପତି,ନାରାୟଣ ନାୟକ,ଲଲାଟେନ୍ଦୁ ମଲ୍ଲିକ,ଗଗନ ମଲ୍ଲିକ ପ୍ରମୁଖ ନେତାମାନେ ଉପସ୍ଥିତରହି ବିଜେପିରେ ସାମିଲ ହୋଇଥିବା ନେତା ଓ କର୍ମୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.