ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ହରିହଂଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ଲତା ପତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରଧାନଶିକ୍ଷକ ବଲେଖ ଚନ୍ଦ୍ର ନାୟକ ସଭାପତିତ୍ୱ ରେ ଅତିଥି ଭାବେ ସରପଂଚ ଅନ୍ତର୍ଯ୍ୟାମୀ ପତି, ଅଧ୍ୟାପକ ନିକୁଞ୍ଜ କିଶୋରେ ଯେନା, ଅତିରିକ୍ତ ଗୋଷ୍ଠି ଅଧିକାରୀ ସତ୍ୟସୁନ୍ଦର ପରିଡା, ଆନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀ ହେମେନ୍ଦ୍ର ମହାନ୍ତି, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ସିଆରସିସି ଅଭୟ ସାହୁ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଗୁଣଗାନ କରି ମାନପତ୍ର, ଗୀତ, ଫଟୋଚିତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଶିକ୍ଷକ ସଞ୍ଜୟ କୁମାର ବିନ୍ଧାଣି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପିକା ବିଶ୍ୱାଳ, ଅମିତା ମହାଳିକ, ପୁଷ୍ପଲତା ପାଣିଗ୍ରାହୀ, ଜ୍ୟୋତ୍ସ୍ନାରାଣୀ ନାୟକ ସହଯୋଗ କରିଥିଲେ ଏବଂ ବିଭିନ୍ନ କ୍ଲଷ୍ଟର ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇ ଶ୍ରୀମତୀ ପତି ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।







