ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ବନ୍ତ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଛି ବିଜେଡି। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନିଜ ନାମରେ ଭେଣ୍ଡର କୋଡ଼ ଖୋଲି ଟଙ୍କା ଆତ୍ମସାତ କରିଥିବା ସାମ୍ବାଦିକ ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେଡି ସମର୍ôଥତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଭେଣ୍ଡର କୋଡ ମାଧ୍ୟମରେ ଓ ଫଲ୍ସ ବିଲ ନେଇ ଅଭିଯୋଗ ଆଣିଛି ଖୋଦ ବିଜେଡି। ବନ୍ତ ବ୍ଲକ ବିଜେଡି ସଭାପତିଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଓ ଅନେକ ସରପଂଚ ଓ ସମିତି ସଭ୍ୟମାନେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଭଦ୍ରକ ସ୍ଥିତ ବାସଭବନରେ ଏହି ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ନିଜ ନାମରେ ଭେଣ୍ଡର କୋଡ ଜରିଆରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ମିଳୁଥିବା ଟଙ୍କା ହଡ଼ପ କରିଥିବା ନେଇ ତଥ୍ୟ ଦେଇଛି ବିଜେଡି। ଏମିତି କି ଅନେକ ଫଲ୍ସ ବିଲ କରି କୋଟିଏରୁ ଅଧିକ ଟଙ୍କା ହଡପ କରିଥିବାର ପ୍ରମାଣ ସ୍ୱରୂପ ଭେଣ୍ଡର କୋଡ ସର୍ବସାଧାରଣରେ ଉପସ୍ଥାପନ କରିଛି। ତେବେ ଦୁର୍ନୀତି ସମ୍ପର୍କରେ ବିଜେଡି ସୁପ୍ରିମୋଙ୍କ ସହ ବିଧାୟକ ଓ ବ୍ଲକ ବିଜେଡି ସଭାପତିଙ୍କୁ ଅବଗତ କରାଯାଇଛି। ଆଉ ବିଜେଡି ପକ୍ଷରୁ ବନ୍ତ ବ୍ଲକ ଅଧ୍ୟକ୍ଷଙ୍କ ଏହି ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପଂଚାୟତରାଜ ସଚିବ ଓ ଜିଲ୍ଲାପାଳଙ୍କୁ ଏବାବଦରେ ଅବଗତ କରାଯାଇଛି । ଅନ୍ୟପକ୍ଷରେ ୧୯୮୭ ଓଡ଼ିଶା ପଂଚାୟତ ସମିତି ଆକ୍ଟକୁ ବ୍ଲକ ସଭାପତି ଉଲଂଘନ କରିଥିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ବିଜେଡି ପକ୍ଷରୁ କରାଯାଇଛି । ଦୁର୍ନୀତିର ତଦନ୍ତ କରି ବ୍ଲକ ଅଧ୍ୟକ୍ଷଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ପ୍ରଶାସନ ହାତକୁ ନେଉ ଓ ସେହି ଆକାଉଟଂକୁ ଫ୍ରିଜ କରାଯାଉ ବୋଲି ଦାବି କରିଛନ୍ତି। ଏହାଦ୍ୱାରା ଭଣ୍ଡାରିପୋଖରୀ ବିଧାୟକଙ୍କ ନିର୍ମଳ କାର୍ଯ୍ୟଧାରା ଓ ବିଜେଡିର ନିର୍ମଳ ଭାବମୂର୍ତି କ୍ଷୁର୍ଣ୍ଣ ହୋଇଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ବ୍ଲକ ଅଧ୍ୟକ୍ଷଙ୍କୁ ବହିଷ୍କାର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସମ୍ମିଳନୀରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାସ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ରାଜ୍ୟ ଯୁବ ସମ୍ପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ସରପଂଚ ଗଜେନ୍ଦ୍ର ସେଠୀ, ଧୀରେନ୍ଦ୍ର ଖିଲାର, ଚିତରଞ୍ଜନ ଦାସ, ଭବେନ୍ଦ୍ର ସାହୁ, ଅକ୍ଷୟ ଦାସ, ରାଜୀବଲୋଚନ ଜେନା, ଦୀପକ ମହାନ୍ତି, ବନମାଳୀ ବେହେରା ପ୍ରମୁଖଙ୍କ ସହ ୨୫ଗୋଟି ପଂଚାୟତ ର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ। ତେବେ ଏହି ଘଟଣାକୁ ନେଇ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ବିଜୁ ଜନତା ଦଳର ମୁଖ୍ୟାଳୟର ଉପସଭାପତି ପ୍ରତାପ ଜେନା ଆଜି ତାଙ୍କର ପତ୍ର ନଂ ୩୩/୧୧/ଏସ୍ବି/ବିଜେଡି/୨୦୨୫ ମୂଳେ ଶ୍ରୀ ଘଡେଇ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଜୁ ଜନତା ଦଳରୁ ନିଲମ୍ବିତ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବିଧାୟକଙ୍କ ବାସଭବନରେ ବିଜେଡିର ସାମ୍ବାଦକି ସମ୍ମିଳନୀ , ବନ୍ତ ବ୍ଲକ ବିଜେଡି ଅଧ୍ୟକ୍ଷ କୋଟିଏରୁ...







