Home ଜିଲ୍ଲା ପରିକ୍ରମା ଭଦ୍ରକ : ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ପରଲୋକରେ ସାମରିକ ଅଭିବାଦନ

ଭଦ୍ରକ : ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ପରଲୋକରେ ସାମରିକ ଅଭିବାଦନ

13

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିବାସୀ ପୂର୍ବତନ ବାୟୁସେନା ଅଧିକାରୀ ପରମେଶ୍ୱର ମଲ୍ଲିକଙ୍କର ୬୪ ବର୍ଷ ବୟସରେ ଗବସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପାଇ ବାୟୁସେନା ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ବାୟୁସେନାର ୩ଟି ବିଭାଗର ଅଧିକାରୀମାନେ ତାଙ୍କ ବାସଭବନରେ ପହଂଚି ଶେଷ ସମ୍ମାନ ପ୍ରଦର୍ଶନ ପୂର୍ବକ ସାମରିକ ଅଭିବାଦନ ପ୍ରଦାନ କରିଥିଲେ। ତାଙ୍କର ମର ଶରୀରକୁ ଜାତୀୟ ପତାକା ଦ୍ୱାରା ଆଚ୍ଛାଦନ୍ନ କରାଯାଇ ସମ୍ମାନିତ କରାଯାଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ବରିଷ୍ଠ ଶଲ୍ୟ ବିଶେଷଜ୍ଞ ପ୍ରଭାସ କୁମାର ମହାନ୍ତି, ବିଶିଷ୍ଟ ବାସ୍ତୁବିତ୍ ପଲ୍ଲଭ କୁମାର କର, ବାୟୁସେନା କମାଣ୍ଡିଂ ଅଫିସର ଅରବିନ୍ଦ ମହାନ୍ତି, ଅବସରପ୍ରାପ୍ତ ସେନା ଅଧିକାରୀ ଧନେଶ୍ୱର ବିଶ୍ୱାଳ, ଗଜେନ୍ଦ୍ର ପ୍ରସାଦ ଦାସ, ଇଂ ମହେଶ ଦାସ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପରମାନନ୍ଦ ସାହୁ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଆତ୍ମୀୟ ସ୍ୱଜନ ଉପସ୍ଥିତଥିବାବଳେ ସ୍ଥାନୀୟ ସାହାପୁର ମଶାଣିରେ ତାଙ୍କର କନ୍ୟା ଡାକ୍ତର ଅର୍ଚ୍ଚନା ମଲ୍ଲିକଙ୍କ ଦ୍ୱାରା ମୁଖାଗ୍ନି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.