ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅତ୍ୟନ୍ତ ଶୋକର ବିଷୟ ଏହିକି ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲପୁର ଗ୍ରାମ ପଂଚାୟତ ଅଧିନସ୍ଥ ଗେଲପୁର ଗ୍ରାମର ବୈଷୟିକ ଶିକ୍ଷାବିତ୍, ଜ୍ଞାନୀଗୁଣୀ, ଧର୍ମପରାୟଣ ତଥା ଷ୍ଟେଟ୍ ଟେକ୍ନିକାଲ କାଉନ୍ସିଲର ପୂର୍ବତନ ଭିସି ଅଶୋକ କୁମାର ପାଣିଗ୍ରାହୀ ତା ୨୮-୧୧-୨୫ରିଖ ଭୋର ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ୱର୍ଗତ ଜୟମାଧବ ପାଣିଗ୍ରାହୀଙ୍କ ଜ୍ୟେଷ୍ଠ ପୁତ୍ର ତଥା ସମାଜସେବୀ, ରାଜନୀତିଜ୍ଞ ଅସତ୍ କୁମାର ପାଣିଗ୍ରାହୀ (ମୁନୁନନା)ଙ୍କର ସେ ଥିଲେ ଜ୍ୟେଷ୍ଠ ଭ୍ରାତା । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସହଧର୍ମିଣୀ, ଭ୍ରାତା, ପୁତ୍ର, ପୁତ୍ରବଧୂ, କନ୍ୟା, ନାତି ଓ ନାତୁଣୀମାନେ ଉପସ୍ଥିତ ଥିଲେ । ଗେଲପୁର ଗ୍ରାମର ସମସ୍ତ ଗ୍ରାମବାସୀମାନେ ତାଙ୍କ ମୃତ ଶରୀର ପାଖରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ଅଶୋକ ପାଣିଗ୍ରାହୀ ଗେଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଓ ଅନ୍ୟାନ୍ୟ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଉତପ୍ରୋତ ଭାବେ ଜଡ଼ିତ ଥିଲେ । ତାଙ୍କୁ ଅକଳା ମୃତ୍ୟୁ ଖବର ମିଳିବା ପରେ ଗେଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।







