Home ଜିଲ୍ଲା ପରିକ୍ରମା ଧାମନଗରରେ ବଙ୍ଗଳାଦେଶୀ ଚିହ୍ନଟ ଅଭିଯାନ ଆରମ୍ଭ

ଧାମନଗରରେ ବଙ୍ଗଳାଦେଶୀ ଚିହ୍ନଟ ଅଭିଯାନ ଆରମ୍ଭ

5

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ପକ୍ଷରୁ ୩ ଦିନ ହେବ ବିଭିନ୍ନ ଅଂଚଳରେ ବଙ୍ଗଳାଦେଶୀ ନାଗରିକ ଚିହ୍ନଟ ପାଇଁ ବିଶେଷ ଅଭିଯାନ ଜାରି ରହିଛି। ଏସ ଆଇ ନାରାୟଣ ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ ହବିବନଗର, ମୁଲନାସାହି, ଜଗତି, ଶ୍ୟାମପୁର, ବଜାରସାହି ସମେତ ଅନ୍ୟାନ୍ୟ ସଂବେଦନଶୀଳ ଗ୍ରାମ ଅଂଚଳରେ ଘରେ ଘରେ ଯାଇ ସନ୍ଦେହଜନକ ବ୍ୟକ୍ତିଙ୍କ ପରିଚୟ ଯାଂଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୋଲିସ ଟିମ ପକ୍ଷରୁ ଭୋଟର କାର୍ଡ, ଆଧାର, ପାନ କାର୍ଡ, ପରିବାର ସଦସ୍ୟଙ୍କ ବାସିନ୍ଦା ପ୍ରମାଣ ପତ୍ର ସମେତ ଅନ୍ୟାନ୍ୟ ପ୍ରମାଣ ପତ୍ର ର ସତ୍ୟତା ଯାଂଚ କରିଛନ୍ତି। ଏହି ପ୍ରକ୍ରିୟାରେ ମୋଟ ୪୫ ଜଣଙ୍କୁ ସନ୍ଦେହୀ ଭାବରେ ପୋଲିସ ଚିହ୍ନଟ କରିଛି। ଏଥିରୁ ୩୬ ଜଣ ଖାନକା ସରିଫ ଅଂଚଳରେ ଧାର୍ମିକ/ମାନସିକ ପୂରଣ ପାଇଁ ରହୁଥିବା ସୂଚନା ମିଳିଥିବା ପୋଲିସ କହିଛି। ସେମାନଙ୍କର ପ୍ରମାଣ ପତ୍ର ଓ ଯାତାୟତ ତଥ୍ୟ ତଦନ୍ତ କରାଯାଉଛି। ତା ସହିତ ପଶ୍ଚିମବଙ୍ଗର ମୂର୍ଶ୍ରିଦାବାଦ ଅଂଚଳର ୯ ଜଣ ହବିବନଗର ରେ ଭଡା ଘରେ ରହି ବ୍ୟବସାୟ କରୁଥିବା କଥା ପୋଲିସ ଜଣାଇଛି। ସେମାନଙ୍କ ଠାରୁ ସନ୍ଦେହ ହେତୁ ପୋଲିସ ଥାନାରେ ଡାକି ପଚରାଉଚୁରା କରୁଛି। ସେମାନଙ୍କର ପରିଚୟ, ଏଠାକୁ ଆସିବା ପ୍ରକ୍ରିୟା, ରହଣୀ ସମ୍ପର୍କରେ ସଂପୂର୍ଣ୍ଣ ସୂଚନା ନେଉଛି।ପୋଲିସ କହିଛି, ଏହି ଅଭିଯାନକୁ ଧାମନଗର ଅଂଚଳର ସମସ୍ତ ସେନ୍ସିଟିଭ୍ ଗ୍ରାମରେ ବିସ୍ତାରିତ ଭାବରେ ଜାରି ରଖାଯିବ। ସନ୍ଦେହଜନକ ବ୍ୟକ୍ତିଙ୍କୁ ଚିହ୍ନଟ କରି ବିଧିବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.