ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ସ୍ତରୀୟ ୧୯ ବର୍ଷରୁ କମ୍ ବାଳକ କିକେଟ୍ କୁଚ୍ ବିହାର ଟ୍ରଫି ପ୍ରତିଯୋଗିତା ନିମନ୍ତେ ଓଡିଶା ଦଳରେ ଭଦ୍ରକ ରୁ ସ୍ୱୟଂମ୍ଭୁ ପଲାଇ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ଟି ଉତରାଖଣ୍ଡ ର କାଶୀପୁର ରେ ୧ ଡିସେମ୍ବର ରୁ ଆରମ୍ଭ ହେବ। ଏଥି ନିମନ୍ତେ ଓଡିଶା କ୍ରିକେଟ ଆଶୋସିଏସନ୍ ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି । ତାଙ୍କର ଏହି ସଫଳତା ପାଇଁ ଭଦ୍ରକ ଜିଲ୍ଲା କ୍ରିକେଟ ସଂଘ ର ସଂପାଦକ ଧିରେନ୍ ପଲାଇ, କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତି,ଉପସଭାପତି ଯତିକାନ୍ତ ନାୟକ ଓ ବ୍ରଜନାରାୟଣ ଜେନା ଓ ଉପ ସାଧାରଣ ସଂପାଦକ ବିଜୟ ଲଖାନୀ ଓ ସୁଦାମ୍ ନାୟକ , ପୂର୍ବତନ ସଭାପତି ଉପେନ୍ଦ୍ର ବାରିକ୍ ପ୍ରମୁଖ ଶୁଭେଚ୍ଛ। ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଚ୍ଚ କୋଟୀର ଉଲ ଖେଳ ପ୍ରଦର୍ଶନ କରିବେ ତାଙ୍କର ଶୁଭ ମନାସିଛନ୍ତି ।







