ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପୀରହାଟ -ଚାରିବାଟିଆ ଗାନ୍ଧୀ ମାର୍ଗର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । ଏହି ନିର୍ମାଣ କାର୍ଯ୍ୟସମୟରେ ୨୦୨୧ ମସିହା ଅକ୍ଟୋବର ୨ତାରିଖରେ ପିରାହାଟ ପ୍ରଦେଶ ସେବା ସଂଗଠନ ପିରାହାଟ – ଚାରିବାଟିଆ ରାସ୍ତାକୁ ଗାନ୍ଧୀ ମାର୍ଗ ନାମରେ ନାମିତ କରି ଏକ ଫଳକ ଲଗାଇଥିଲେ।ଏବେ ରାସ୍ତା ପ୍ରଶସ୍ତି କରଣ ସମୟରେ ଫାକକଟିକୁ ଭାଙ୍ଗି ଦିଆଯିବ ।ରାସ୍ତା ପ୍ରଶସ୍ତି କରଣ ଓ ଫଳକ ଭାଙ୍ଗିବାରେ ସଂଗଠନ କର୍ମକାର୍ତାଙ୍କ କୌଣସି ଆପତି ନାହିଁ। ମାତ୍ର ଗାନ୍ଧୀ ମାର୍ଗ ଫାକକ ପରିବର୍ତେ ରାସ୍ତାର ପ୍ରବେଶ ପଥରେ ଏକ ତୋରଣ ନିର୍ମାଣ କରିବାକୁ ପ୍ରଦେଶ ସେବା ସଂଗଠନ ସଭାପତି ରଂଜନ ମିଶ୍ରଙ୍କ ସମେତ କର୍ମକର୍ତା ଓ ଅଂଚଳବାସୀ ଦାବି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟରେ ୮କୋଟି ଟଙ୍କା ବ୍ୟୟ ଅଟକଳରେ ୭କିମି ଦୈର୍ଘ୍ୟର ରାସ୍ତା ନିର୍ମାଣ ହେଉଛି। ଆରମ୍ଭରେ ଥିବା ଗାନ୍ଧୀମାର୍ଗ ଫଳକ ଭଙ୍ଗାଯିବା ନିଶ୍ଚିତ ହୋଇଛି । ଏହି ସ୍ଥାନରେ ତୋରଣ ନିର୍ମାଣ ହେଲେ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଜ୍ଜୀବିତ ରହିପାରିବ ବୋଲି ସଙ୍ଗଠନର ସଭାପତି ରଞ୍ଜନ କୁମାର ମିଶ୍ର ଗୁରୁବାର ଏକ ପ୍ରେସ ବିବୃତିରେ କହିଛନ୍ତି । ସଭାପତି ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ୧୯୨୭ ମସିହା ଡିସେମ୍ବର ୧୭ତାରିଖରେ ମହାତ୍ମା ଗାନ୍ଧୀ ପୀରହାଟ -ଚାରିବାଟିଆ ରାସ୍ତାରେ ପଦଯାତ୍ରା କରିଥିଲେ । ଏହି ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ସାହାପୁର ପଂଚାୟତ ଅଧୀନ ଚାରିବାଟିଆ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ ନିର୍ମିତ ହୋଇଛି । ତେବେ ସେହି ସ୍ଥାନ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିଲା । ଏପରିକି ଗାନ୍ଧୀ ଜୟନ୍ତୀରେ ପ୍ରତିମୂର୍ତିରେ ଫୁଲମାଳଟିଏ ବି ପଡୁନଥିଲା। ପ୍ରଦେଶ ସେବା ସଙ୍ଗଠନ ଉଦ୍ୟମରେ ସେହି ସ୍ଥାନର ଉନ୍ନତି ଘଟିବା ସମ୍ଭବ ହୋଇଛି । ଏପରିକି ପୀରହାଟ-ଚାରିବାଟିଆ ରାସ୍ତାକୁ ଗାନ୍ଧୀ ମାର୍ଗ ନାମରେ ନାମିତ କରାଯାଇ ରାସ୍ତା ଆରମ୍ଭରେ ଗାନ୍ଧୀ ପଦଯାତ୍ରାର ସ୍ମାରକୀ ଫଳକ ମଧ୍ୟ ସଙ୍ଗଠନ ପକ୍ଷରୁ ନିର୍ମିତ କରାଯାଇଥିଲା । ତେବେ ଚାରିବାଟିଆ ଠାରୁ ସେହି ରାସ୍ତାର ଏବେ ନିର୍ମାଣ କାର୍ଯ୍ୟ କରାଯାଉଛି । ରାସ୍ତା ନିର୍ମାଣ ଯୋଗୁଁ ସଙ୍ଗଠନ ପକ୍ଷରୁ ନିର୍ମିତ ଫଳକ ଭଙ୍ଗା ହେବ । ଏହା ପରିବର୍ତେ ରାସ୍ତା ଆରମ୍ଭରେ ଗାନ୍ଧୀମାର୍ଗ ତୋରଣ ନିର୍ମାଣ କରାଯିବାକୁ ସଙ୍ଗଠନ ପକ୍ଷରୁ ଦାବି ହୋଇଛି । ତୋରଣରେ ଗାନ୍ଧୀ ପଦଯାତ୍ରାର ତଥ୍ୟ ଲିପିବଦ୍ଧ କରାଯାଇ ସ୍ମୃତିକୁ ସ୍ମରଣୀୟ କରାଯିବାକୁ ସଙ୍ଗଠନ ଦାବି କରିଛି ।
Home ଜିଲ୍ଲା ପରିକ୍ରମା ଗାନ୍ଧୀ ମାର୍ଗ ପ୍ରଶସ୍ତିକରଣରେ ଫଳକ ପରିବର୍ତେ ତୋରଣ ନିର୍ମାଣ ଦାବି, ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଜ୍ଜୀବିତ...







