Home ଜିଲ୍ଲା ପରିକ୍ରମା ଭଦ୍ରକ କୁଆଁସ ଅର୍ଜୁନ ସେତୁର ଦୁଃଖ ବୁଝିବ କିଏ !

ଭଦ୍ରକ କୁଆଁସ ଅର୍ଜୁନ ସେତୁର ଦୁଃଖ ବୁଝିବ କିଏ !

9

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହର ମଧ୍ୟରେ ମୁଖ୍ୟ ପୋଲ ସାଳନ୍ଦୀ ଅର୍ଜୁନ ସେତୁ କୁ ବିନା କାରଣରେ ଭାଙ୍ଗିବାର ପ୍ରାୟ ୫ ବର୍ଷରୁ ଉର୍ଦ୍ଧ ହେଲାଣି କିନ୍ତୁ କାମ ସରିବାକୁ ନା ଧରୁ ନାହିଁ । ଏହି ଛୋଟିଆ ପୋଲର ପୁନଃ ନିର୍ମାଣ ପାଇଁ ଲମ୍ବା ସମୟ ଲାଗିଲାଣି । ପୋଲ ତିଆରି ହେଉଛି ପୁରା ଓସାରିଆ କିନ୍ତୁ ରାସ୍ତା ଓସାରିଆ ନହେବା ପଛରେ କାରଣ କଣ । ଉଭୟ ପାର୍ଶ୍ୱରେ ଜବରଦଖଲକାରୀ ରାସ୍ତାକୁ ମାଡି ବସିଥିବା ବେଳେ ପ୍ରଶାସନ ପକ୍ଷରୁ ମାପାଯାଇ ଭାଙ୍ଗିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ନିର୍ଦେଶ ପାଳନ ନହେବା ବଡ଼ ଦୁଃଖ ଓ ପରିତାପର ବିଷୟ । ଲୋକ ମାନଙ୍କର ଦୈନିକ ଯିବା ଆସିବାରେ ଅନେକ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଜଣା ପଡୁଛି । ଏହାର ସ୍ଥାୟୀ ସମାଧାନ ତୁରନ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.