ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଜିଲ୍ଲା ଷ୍ଟାଡିୟମ୍ ଠାରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ଯ ସ୍ତରୀୟ କନିଷ୍ଠ ଖୋ ଖୋ ପ୍ରତିଯୋଗିତା ଟି ୨୭ ନଭେମ୍ବର ରୁ ଆରମ୍ଭ ହୋଇ ୨୯ ନଭେମ୍ବର ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଆଥିଲେଟିକ୍ ଆଶୋସିଏସନ୍ ତାର ୧୨ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ଦଳ କୁ ଜିଲ୍ଲା ଆଥଲେଟିକ୍ ଆଶୋସିଏସନ୍ ର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛା ଜଣାଇବା ସହିତ ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ବୋଲି ତାଙ୍କର ଶୁଭ ମନାସିଛନ୍ତି ।ଏହି ଦଳ ସହିତ ଶୁଭଶ୍ରୀ ଦାଶ୍ କୋଚ୍ ଓ ମ୍ୟାନେଜର ଭାବରେ ଯାତ୍ରା କରୁଛନ୍ତି । ଖେଳାଳୀ ଙ୍କ ନାମ ବାଳିକା ଅନ୍ନପୂର୍ଣ୍ଣା ରଣା, ଏଲିନା ପୃଷ୍ଟି , ବେବିଲତା ମାଝୀ, ସରସ୍ୱତୀ ମାଝି ,ତପସ୍ୱିନୀ ବେହେରା, ଲକ୍ଷ୍ମିପ୍ରିୟା ବେହେରା , ଶୁଭ ଲକ୍ଷ୍ମୀ ଜେନା, ମମତା ଜେନା, ଅଭିଲିପ୍ସା ଜେନା, ସବିତା ଜେନା ଅସ୍ମିତା ପଣ୍ଡା ଓ ପ୍ରଜ୍ଞାଞ୍ଜଳୀ ସତପଥୀ ପ୍ରମୁଖ।







