Home ଜିଲ୍ଲା ପରିକ୍ରମା ଶ୍ରୀ ସତ୍ୟସାଇ ବାବାଙ୍କ ଶହେତମ ଜୟନ୍ତୀ ଉତ୍ସବ ପାଳନ, ଶ୍ରୀ ସତ୍ୟସାଇ ବାବାଙ୍କ ଅନୁଗାମୀ ହେଲେ...

ଶ୍ରୀ ସତ୍ୟସାଇ ବାବାଙ୍କ ଶହେତମ ଜୟନ୍ତୀ ଉତ୍ସବ ପାଳନ, ଶ୍ରୀ ସତ୍ୟସାଇ ବାବାଙ୍କ ଅନୁଗାମୀ ହେଲେ ଐଶ୍ୱରୀକ ଶକ୍ତି ଜାଗ୍ରତ ହୋଇପାରିବ

9
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରବିବାର ଶ୍ରୀ ସତ୍ୟସାଇ ବାବାଙ୍କ ଶହେତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ଅନୁଷ୍ଠିତ ସତସଙ୍ଗରେ ସାଇ ପ୍ରେମୀ ମାନେ ଯୋଗଦେଇ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଅନୁଗାମୀ ହେଲେ ଐଶ୍ୱରୀକ ଶକ୍ତି ଜାଗ୍ରତ ହୋଇପାରିବ ବୋଲି କହିଥିଲେ। ପ୍ରାତଃରେ ଓଁକାରମ, ସୁପ୍ରଭାତମ ପରେ ନଗର ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ପରେ ସେବା କାର୍ଯ୍ୟ, ମନ୍ଦିର ସଜସଜା, ପ୍ରଶାନ୍ତି ଧ୍ୱଜା ଉତୋଳନ, ଷୋଡଶ ଉପଚାରରେ ପୂଜା, ତିହିଡି଼ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ, ଶ୍ରୀ ସତ୍ୟସାଇ ଧ୍ୟାନ ବୃକ୍ଷ ଠାରେ ପୂଜାର୍ଚ୍ଚନା ଓ ସାମୂହିକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ସମିତି ପକ୍ଷରୁ ଶିଳ୍ପୀ ପ୍ରହ୍ଲାଦ ବଳ ଓ ତିହିଡି ସମିତିର ପଥପ୍ରଦର୍ଶକ ତଥା ଭଦ୍ରକ ସତ୍ୟସାଇ ବିଦ୍ୟା ବିହାରର ସମ୍ପାଦକ ପାର୍ଥ ସାରଥୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନିଃସହାୟ ଲୋକଙ୍କୁ କମ୍ବଳ ବଂଟନ କରାଯାଇଥିଲା । ମଧ୍ୟାହ୍ନରେ ନାରାୟଣ ସେବା ପରେ ଅପରାହ୍ନରେ ବିଗ୍ରହ ଶୋଭାଯାତ୍ରା, ଦୀପଦାନ, ବେଦପାଠ, ଭଜନ ଓ ଝୁଲଣ ପରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା କ୍ଷ ସନ୍ଧ୍ୟାରେ ରାଜ୍ୟ ସଭାପତିଙ୍କ ବାର୍ତା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲା ସମିତି ଆବାହକ ଡା. ରଣଜିତ ଖଟୁଆ, ଲଲାଟେନ୍ଦୁ ରାଉତ, ଜୟଚନ୍ଦ୍ର ବେହେରା, ସୁବାସ ବେହେରା, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ବିଧାୟକଙ୍କ ପ୍ରତିନିଧି ସରୋଜ ଦାସଙ୍କ ସମେତ ସମିତି ଓ ସମସ୍ତ ଭଜନ ମଣ୍ଡଳୀ ଆବାହକ,କର୍ମକର୍ତାମାନେ ଉତ୍ସବରେ ଯୋଗଦେଇଥିଲେ । ତିହିଡି଼ ସମିତି ଆବାହକ ସଞ୍ଜୟ ମହାପାତ୍ର, ହିମାଂଶୁ ଭଟ୍ଟାଚାର୍ଯ୍ୟ, ଜଗତାନନ୍ଦ ମହାପାତ୍ର, ଡ. ଲଷ୍ମୀଧର ତ୍ରିପାଠୀ, ଅମୂଲ୍ୟ ତ୍ରିପାଠୀ, ପ୍ରଭାତ କୁମାର ରାଉଳ, କୈଳାସ ରାଉଳ, ରବିନ୍ଦ୍ର ଦାସ, ନିତ୍ୟାନନ୍ଦ ନାୟକ, ରମାକାନ୍ତ ନାଥ, ଦେବକିଶୋର ଦାସ, ନଳିନୀ ନାୟକ, ଚିତରଞ୍ଜନ ବାରିକ, ରାଜୁ ଜେନା,ରବିନ୍ଦ୍ର ଦାସ,ନରହରି ଦଳେଇ,ନକୁଳ ମହାପାତ୍ର,ରବିନ୍ଦ୍ର ଦାସ,ଭାସ୍କର ପଣ୍ଡା,ଶାନ୍ତିଲତା ବିଶ୍ୱାଳ, ସନ୍ଧ୍ୟାରାଣୀ ରାଉଳ, ମଞ୍ଜୁଲତା ବାରିକ, ଏଲି ଭଟ୍ଟାଚାର୍ଯ୍ୟ,କକ୍ପନା ନାୟକ,ସୋନମ ନାୟକ,ସୌମ୍ୟାଶ୍ରୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.