Home ଜିଲ୍ଲା ପରିକ୍ରମା ଘେଂଟଶ୍ୱର ବଜାର ଜବର ଦଖଲ ଉଛେଦ, ସାଧାରଣ ଜନତାଙ୍କୁ ନ୍ୟାୟ ମିଳିଥିବା ବେଳେ ବଡ଼ ବଡ଼ିଆଙ୍କୁ...

ଘେଂଟଶ୍ୱର ବଜାର ଜବର ଦଖଲ ଉଛେଦ, ସାଧାରଣ ଜନତାଙ୍କୁ ନ୍ୟାୟ ମିଳିଥିବା ବେଳେ ବଡ଼ ବଡ଼ିଆଙ୍କୁ ମାଫ ନେଇ ଅଭିଯୋଗ

6

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅଧିନ ଘେଂଟଶ୍ୱର ବଜାର ରେ ଆଜି ସକାଳ ଠାରୁ ଜବର ଦଖଲ ଉଛେଦ ଅଭିଯାନ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁଯାଇ ଦୀର୍ଘ ୫ ଦଶନ୍ଧି ଧରି ଘେଂଟଶ୍ୱର ବଜାର ଅଂଚଳ କୁ ସ୍ଥାନୀୟ ବ୍ୟବସାୟୀ ମାନେ ନିଜ ଦଖଲକୁ ନେଇ ବ୍ୟବସାୟ କରି ଆସୁଥିଲେ ଫଳରେ ଦିନରେ ମଧ୍ୟ ଏହି ବଜାର ମଧ୍ୟକୁ ସାଇକେଲ ଆରୋହୀଙ୍କ ସମେତ ସାଧାରଣ ଯାତ୍ରୀ ମଧ୍ୟ ଯାତାୟାତ କରିବା କଷ୍ଟ ହୋଇ ପଡିଥିଲା। ସାଧାରଣ ଲୋକ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଚାନ୍ଦବାଲି ତହସିଲଦାର ଭ୍ୱତୋଷ ମଲିକ ଙ୍କ ନିର୍ଦେଶ ରେ ଘେଂଟଶ୍ୱର ବଜାର ମାପଚୁପ ହେବା ସହ ସରକାରୀ ଜମିକୁ ନିଜ ଦଖଲ କୁ ନେଇଥିବା ବ୍ୟବସାୟୀ ଙ୍କୁ ୨୪ଘଂଟା ମହଲତ ଦିଆଯାଇଥିଲା। ଆଜି ସକାଳ ରୁ ଏହି ଉଛେଦ ଅଭିଯାନ ଆରମ୍ଭ ହୋଇଥିଲା ଖବର ଲେଖା ହେବା ବେଳକୁ ୭୦ରୁ ଅଧିକ ଉଛେଦ କାରୀଙ୍କୁ ସରକାରୀ ଜମିରୁ ହଟାଇ ଦିଆଯାଇଥିବା ଜଣା ଯାଇଛି। ଏହି ଉଛେଦ ସମୟରେ ଚାନ୍ଦବାଲି ତହସିଲଦାର, ଅତିରିକ୍ତ ତହସିଲଦାର, କରନପଲ୍ଲୀ, ଘେଂଟଶ୍ୱର ରାଜସ୍ୱ ନିରୀକ୍ଷକ ୪ ପ୍ଲାଟୁନ ଫୋର୍ସ ଏବଂ ୪ ଟି ଜେସିବି ଉଛେଦ ଅଭିଯାନ ରେ ସାମିଲ ଥିଲେ। ସାଧାରଣ ଏବଂ ନିରୀହ ଛୋଟ ଛୋଟ ବ୍ୟବସାୟୀ ଙ୍କୁ ଉଛେଦ କରା ଯାଇଥିବା ବେଳେ ବଡ଼ ବଡ଼ ବ୍ୟବସାୟୀ ସରକାରୀ ଜମିକୁ ନିଜ ଦଖଲ ରେ ରଖିଥିଲେ ମଧ୍ୟ ସେମାନଙ୍କୁ ମାଫ କରା ଯାଇଛି ବୋଲି ଛୋଟ ଛୋଟ ବ୍ୟବସାୟୀ ଅଭିଯୋଗ ଆଣିଥିବା ବେଳେ ଚାନ୍ଦବାଲି ତହସିଲଦାର ଭ୍ୱତୋଷ ମଲିକ ଏହାକୁ ଖଣ୍ଡନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.