Home ଜିଲ୍ଲା ପରିକ୍ରମା ଭଦ୍ରକରେ ରାଜ୍ୟ ତାଇକୋଣ୍ଡୋ ରେଫେରୀ ଶିବିର ଉଦ୍‌ଘାଟିତ

ଭଦ୍ରକରେ ରାଜ୍ୟ ତାଇକୋଣ୍ଡୋ ରେଫେରୀ ଶିବିର ଉଦ୍‌ଘାଟିତ

7

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ଥିତ କାରମେଲ ସ୍କୁଲ ଅଡ଼ିଟୋରିଅମରେ ରାଜ୍ୟ ତାଇକୋଣ୍ଡୋ ରେଫେରୀ ସେମିନାର୨୦୨୫ ଉଦ୍‌ଘାଟିତ ହୋଇଯାଇଅଛି। ଏହି ସେମିନାରରେ କାରମେଲ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ସେମା, ଜ୍ୟୋତି କନଭେଂଟ ସ୍କୁଲର ଅଧ୍ୟକ୍ଷ ଫାଦର ଆଲେକ୍ସ ଅତିଥି ଏବଂ ଦକ୍ଷିଣ କୋରିଆର ଗ୍ରାଣ୍ଡମାଷ୍ଟର ସିଂ ଅଗକୋକ ଦିଅଂଗ ମୁଖଅତିଥି ରୂପେ ଯୋଗଦାନ କରିଥିଲେ। ମାଷ୍ଟର ଦିଅଂଗ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ରେଫେରୀମାନଙ୍କୁ ତାଇକୋଣ୍ଡୋ କ୍ରିଡ଼ାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି ଶିବିର ୨ଦିନ ଧରି ଚାଲିବ ଏହା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହେବ। ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶା (ତାଓ)ର ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ଏହି ପ୍ରଶିକ୍ଷଣ ଓଡ଼ିଶାର ତାଇକୋଣ୍ଡୋ କ୍ରୀଡା କ୍ଷେତ୍ରରେ ଇତିହାସ ରଚିବ ବୋଲି କହିଥିଲେ। ସହ ସଂପାଦକ ଯୋଗେଶ୍ୱର ମହନ୍ତ, ଉପସଭାପତି ରମେଶ କୁମାର ପ୍ରଧାନ, ବରିଷ୍ଠ ସଦସ୍ୟ ଆଡ଼ଭୋକେଟ ପବନ ଶର୍ମା, ବିଦ୍ୟାଧର ବାରିକ, ଅଜୟ କୁମାର ଧଳ ପ୍ରମୁଖ ଏହି ଶିବିରରେ ଯୋଗଦେଇ ରେଫେରୀ ମାନଙ୍କ ଭୂମିକା, କାର୍ଯ୍ୟଶୈଳୀ ଆଦିର ଅନୁଧ୍ୟାନ ପୂର୍ବକ ପରାମର୍ଶ ପ୍ରଦାନ କରିଥିଲେ। ସିନିୟର ରେଫେରୀ ଅଶୋକ କୁମାର ସାହୁ ପରିଚାଳନାରେ ମାଷ୍ଟର ଦିଅଂଗକୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସଂଘର ସଂପାଦକ ଧନେଶ୍ୱର ଜେନା, ଢେଙ୍କାନାଳ ସଂପାଦକ ସୁଧାକର ଜେନା, ବାଲେଶ୍ୱର ଜିଲ୍ଲାର ଆଦ୍ୟାଶା ଦାସ, ଭୁବନେଶ୍ୱରରୁ ବିପନ ସାମଲ ଓ ରାଜେଶ ବିଶ୍ୱାଳ ପୁରୀରୁ ପ୍ରଭୁପାଦ ଖମାରୀ, କାର୍ମେଲ ସ୍କୁଲର ଅଧ୍ୟାପିକା ସଂଘମିତ୍ରା ଦାଶ ପରିଚାଳନାରେ ସହଯୋଗ କରିଥିଲେ। ଏହି ସେମିନାରରେ ଉତୀର୍ଣ୍ଣ ରେଫେରୀମାନେ ଆସନ୍ତା ଡିସେମ୍ବର ମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ହେବାକୁ ଥିବା ରାଜ୍ୟ ତାଇକୋଣ୍ଡୋ ଚମ୍ପିଆନସିପ୍‌କୁ ପରିଚାଳନା କରିବେ। ଏହି ଚମ୍ଫିଆନସିପ ଭଦ୍ରକ ସ୍ଥିତ ମହାରାଜା ଅଗ୍ରସେନ ଭବନରେ ହେବ ବୋଲି ସଂପାଦକ ପାଣିଗ୍ରାହୀ ସୂଚନା ଦେଇଥିଲେ। ଏହି ଚାମ୍ପିଆନସିପରେ ଭାରତର ତାଇକୋଣ୍ଡୋର ଜନକ ତଥା ତାଇକୋଣ୍ଡୋ ଫେଡେରେସନ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଡ. ଗ୍ରାଣ୍ଡମାଷ୍ଟର ଜିମି ଆର ଜାଗତିଆନି ଯୋଗ ଦେବେ ବୋଲି ଶ୍ରୀଯୁକ୍ତ ପାଣିଗ୍ରାହୀ ସୂଚନା ଦେଇଥିଲେ। ଜିଲ୍ଲାର ସମସ୍ତ ସଂପାଦକଙ୍କୁ ଏହି ସେମିନାରର ସଫଳତା ପାଇଁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.