Home ଜିଲ୍ଲା ପରିକ୍ରମା କେନ୍ଦ୍ରାପଡ଼ା ଭିତରକନିକା ଗୁପ୍ତିରୁ ଆଖଣ୍ଡଳମଣି ପୀଠକୁ ଜଳପଥରେ ଚାଲିବ ଅତ୍ୟାଧୁନିକ ବୋଟ୍ କୃସ, ମଜା ଉଠାେଇବ...

କେନ୍ଦ୍ରାପଡ଼ା ଭିତରକନିକା ଗୁପ୍ତିରୁ ଆଖଣ୍ଡଳମଣି ପୀଠକୁ ଜଳପଥରେ ଚାଲିବ ଅତ୍ୟାଧୁନିକ ବୋଟ୍ କୃସ, ମଜା ଉଠାେଇବ ଦେଶ ବିଦେଶିର ପର୍ଯ୍ୟଟକ

15

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରାପଡ଼ା ଭିତରକନିକା ଗୁପ୍ତିରୁ ଆଖଣ୍ଡଳମଣି ପୀଠକୁ ଜଳପଥରେ ଚାଲିବ ଅତ୍ୟାଧୁନିକ ବୋଟ୍ କୃସ। ମଜା ଉଠାେଇବ ଦେଶ ବିଦେଶିର ପର୍ଯ୍ୟଟକ। ଏଥିପାଇଁ ଭାରତୀୟ ଜଳ ପରିବହନ ବିଭାଗ ପକ୍ଷରୁ ୨କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି। ତାହା ସହ ଅତ୍ୟାଧୁନିକ ବୋଟ୍ କୃସ ପରିଚାଳନା କିପରି କରାଯିବ ଶନିବାର ପରିକ୍ଷା ମୂଳକ ଭାବେ ଭାରତୀୟ ଜଳ ପରିବହନ ବିଭାଗ ପକ୍ଷରୁ ଏକ ୩ଜଣିଆ ଟିମ୍ ଅନୁଧ୍ୟାନ କରିବା ସହ ଭିତରକନିକାକୁ ଆଖଣ୍ଡଳମଣି ପୀଠକୁ ଅତ୍ୟାଧୁନିକ ବୋଟ୍ କୃସ ଦ୍ୱାରା ଜଳପଥରେ ଆସିଥିଲେ। ଆଇ.ଡ୍ୱ୍ଲୁଟିର ଡାଇରେକ୍ଟର ପଦ୍ମଲୋଚନ ରାଉଳ, ଆଇ.ଡ୍ୱ୍ଲୁଆଇର ଡାଇରେକ୍ଟର ଅନିଲ ଜି, ଅତ୍ୟାଧୁନିକ ବୋଟ୍ କୃଷ୍ଣ ନିର୍ଦ୍ଦେଶ ରାଜ ସିଂ ଜି ,ମନି ସିଂ ଜି , ଚାନ୍ଦବାଲି ତହସିଲିଦାର ଭ୍ୱତୋଷ ମଲିକ, କାଉନସିଲର ଚନ୍ଦନ ରାଉତ ପ୍ରମୁଖ କୃସରେ ଆଖଣ୍ଡଳମଣି ପୀଠରେ ପହଂଚି ବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ବୈତରଣୀ ନଦୀଘାଟକୁ ଯାଇ କ୍ଷେତ୍ରୀୟ ପରିଦର୍ଶନ କରିବା ସହିତ ନିର୍ମାଣ ହେବାକୁ ଥିବା ଜେଠି ଓ ପାର୍କର କାମ ପାଇଁ ସ୍ଥାନ ନିରୂପଣ କରିଥିଲେ। ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସହ କାମ ଆରମ୍ଭ ହେବ ହେବ ବୋଲି ଆସିଥିବା ପ୍ରତିନିଧି ମାନେ ଜଣାଇଥିଲେ। ତାଙ୍କ ସହ ମନ୍ଦିର ପୂଜକ ଜି୍ୱନାନନ୍ଦ ପାଢ଼ୀ, ଦେବଦତ ପାଢ଼ୀ, ଅନ୍ୟମାନଙ୍କ ମଧ୍ୟରେ ସାର୍ଥକ ନାୟକ, ଗଣେଶ ଦାସ, ସୁଶାନ୍ତ ମହାନ୍ତି, ବିଶ୍ୱଜିତ୍ ବିଶ୍ୱାଳ ପ୍ରମୁଖ ନଦୀ ଘାଟ ଠାରୁ ମନ୍ଦିର , ପୀଠ ପରିସର , ପାର୍କ ଆଦି ସ୍ଥାନରେ ଆଲୋକିକରଣ ସହ ଉନ୍ନତି ପାଇଁ ଅଧିକ ରୁ ଅଧିକ ଟଙ୍କା ଦେବା ପାଇଁ ଦାବି ଜଣାଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.