Home ଜିଲ୍ଲା ପରିକ୍ରମା ତାଳପଦାରେ ୨ଶହ ବର୍ଷର ମହାଲଷ୍ମୀ ପୂଜା

ତାଳପଦାରେ ୨ଶହ ବର୍ଷର ମହାଲଷ୍ମୀ ପୂଜା

19

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ପୂଜା ପାଆନ୍ତି ମା ଗଜ ଲଷ୍ମୀ ଓ ଲଷ୍ମୀନାରାୟଣ । ପରେ ପ୍ରତି ଘରେଘରେ ଗୁରୁବାର ମାର୍ଗଶିର ମାସରେ ମାଣବସା ମା ଲକ୍ଷ୍ମୀଙ୍କ ପୂଜା ହୋଇଥାଏ। ସେହିପରି ତିହିଡି ବ୍ଲକ ଅଧୀନ ତାଳପଦା ଗ୍ରାମରେ ମାର୍ଗଶିର ମାସରେ ମହାଲକ୍ଷ୍ମୀ ପୂଜା ୨ଶହ ବର୍ଷଧରି ପାଳିତ ହେବା ତାଳପଦା ଗ୍ରାମର ଗୌରବ ବଢ଼ାଇବା ସହିତ ଏକ ସ୍ୱତନ୍ତ୍ର ନିଆରା ପରମ୍ପରା ସୃଷ୍ଟି କରିଆସୁଛି । ଚଳିତ ବର୍ଷ ମାର୍ଗଶିର ମାସର ପ୍ରଥମ ଗୁରୁବାର ମଧ୍ୟ ମାଙ୍କ ମୃଣ୍ମୟ ମୂର୍ତିକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଏହି ପୂଜା ୫ଦିନ ଧରି ଚାଲିବ ବୋଲି ଜଣାଯାଇଛି । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ପୂଜାସ୍ଥଳର ଶୋଭା ବର୍ଦ୍ଧନ କରୁଛି ।ଏହି ପୂଜା ପାଇଁ ତାଳପଦା ଗ୍ରାମ ଉତ୍ସବମୁଖର ହୋଇଛି । ବିଶେଷ କରି ଗ୍ରାମର ମହିଳାମାନେ ସକାଳେ ଓ ସନ୍ଧ୍ୟା ସମୟରେ ମାଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମାର୍ଗଶିର ମାସ ଗୁରୁବାରରେ ଜନ୍ମଲାଭ କରିଥିଲେ । ଏହି ଦିବସକୁ ସ୍ମରଣୀୟ ରଖିବାକୁ ଏହି ପୂଜା ଆରମ୍ଭ ହୋଇଥିବା ଗ୍ରାମ ବାସୀଙ୍କ ଠାରୁ ଶୁଣାଯାଏ ।ଏବେ ମହାଲଷ୍ମୀ ପୂଜା ସାର୍ବଜନୀନ ଭାବେ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ତାପସ ମହାପାତ୍ର ଏବଂ ମଧୁଲିକା ମହାପାତ୍ର କର୍ତା ଏବଂ ଜୟକାନ୍ତ ଆଚାର୍ଯ୍ୟ ଓ କିଶୋର ଆଚାର୍ଯ୍ୟ ପୂଜକ ଭାବେ ପୂଜା କାର୍ଯ୍ୟ ତୁଲାଉଛନ୍ତି । ବାଣୀକଲ୍ୟାଣ ମହାପାତ୍ର, ଚିନ୍ତାମଣି ଦାଶ, ରାକେଶ ମହାପାତ୍ର, ବିଶ୍ୱରଞ୍ଜନ ମହାପାତ୍ର, ତାପସ ବେହେରା, ପ୍ରଦୀପ ମହାପାତ୍ର, ରାମଚନ୍ଦ୍ର ଜେନା,ଦୁଃଖିଶ୍ୟାମ ଜେନା, ଅଭୟ ଜେନା, ଅଶୋକ ବାରିକ,ବଳରାମ ପାଢ଼ୀ, ବାସୁଦେବ ବେହେରାଙ୍କ ସମେତ ଗ୍ରାମବାସୀମାନେ ପୂଜା କାର୍ଯ୍ୟ ପରିଚାଳନା କରୁଥିବା ଜଣାଯାଇଛି । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.