ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଫତେପୁର ପଂଚାୟତ ଅଧୀନ ବିଭୂତିପୁର ଗ୍ରାମର ଜଣେ ଯୁବକ ପୂର୍ବ ଶତ୍ରୁତାରୁ ସେହି ଗ୍ରାମର ୨ପରିବାରର ୩ବଖରାକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି। ପୂର୍ବ ଶତ୍ରୁତାରୁ ଯୁବକ ଜଣକ ଗୁରୁବାର ରାତିରେ ଏମିତି କାଣ୍ଡ ଘଟାଇଥିବା ଜଣାଯାଇଛି। ଶୁକ୍ରବାର ବିପନ୍ନ ପରିବାରର ରଞ୍ଜନ କୁମାର ରାଉତଙ୍କ ପତ୍ନୀ ସାବିତ୍ରୀ ଥାନାରେ ଅଭିଯୋଗ କରିବା ସହିତ ଥସ୍ନାରେ ଆଶ୍ରୟ ନେଇଥିବା ଜଣାଯାଇଛି । ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ପ୍ରକାଶ ନାୟକ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ବିଭୂତିପୁର ଗ୍ରାମର ରଞ୍ଜନ ରାଉତ ଏବଂ ତାଙ୍କ ଭାଇ ଗୌରାଙ୍ଗ ରାଉତଙ୍କ ପରିବାର ସହ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କର ଜମିଜମାକୁ ନେଇ ଶତ୍ରୁତା ଥିଲା । ଗୁରୁବାର ସରପଂଚ ଓ ଗ୍ରାମବାସୀଙ୍କ ମାଧ୍ୟମରେ ଏହାର ସମାଧାନ ପାଇଁ ନିଷ୍ପତି ହୋଇଥିଲା । ମାତ୍ର ଅପରପକ୍ଷ ଏହାକୁ ନମାନି ବିଭିନ୍ନ ପ୍ରକାର ଧମକ ଦେବା ସହ ଗାଳିଗୁଲଜ କରିଥିଲେ । ଗୁରୁବାର ବିଳମ୍ୱିତ ରାତିରେ ଅପରପକ୍ଷ ଯୁବକଜଣକ ରଞ୍ଜନଙ୍କ ଚାଳଛପର ଉପରେ ଚଢ଼ି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ କ୍ଷଫଳରେ ରଂଜନ ଓ ତାଙ୍କ ଭାଇଙ୍କର ୩ବଖରାଘର ପୋଡି ପାଉଁଶ ହୋଇଯାଇଛି। ଘରେ ଶୋଇଥିବା ରଞ୍ଜନ ଏବଂ ତାଙ୍କ ଭାଇ ଓ ପରିବାରବର୍ଗ ଘର ବାହାରକୁ ଆସି ଘଟଣା ସମ୍ପର୍କରେ ଜାଣିବା ସହ ନିଆଁ ଲଗାଇଥିବା ଯୁବକଙ୍କୁ କାବୁ କରିଥିଲେ । ମାତ୍ର ସେହି ଯୁବକ ରଞ୍ଜନଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଘର ଭିତରେ ଥିବା ସମସ୍ତ ଆସବାବ ପତ୍ର ସହ ଟଙ୍କା ଓ ଅଳଙ୍କାର ଜଳି ଯାଇଥିବା ଜଣାଯାଇଛି । ତେବେ ବାସ ହରାଇଥିବା ୨ଭାଇ ଓ ତାଙ୍କ ପରିବାରର ସଦସ୍ୟମାନେ ଥାନାରେ ଆଶ୍ରୟ ନେଇଥିଲେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପ୍ରତିଶ୍ରୁତି ଦେବା ପରେ ସେମାନେ ଗାଁକୁ ଫେରିଥିବା ଜଣାଯାଇଛି । ଖବର ପାଇ ତହସିଲଦାର ଜୟଦ୍ରରଥ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ କୋହ୍ଲ ରାଜସ୍ୱନିରୀକ୍ଷକ ଆଶୁତୋଷ ଦାଶ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣାପଡିଛି।
Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାରୁ ଗୃହଦାହ ଅଭିଯୋଗ,ଦୁଇ ବିପନ୍ନ ପରିବାର ଥାନାରେ ନେଲେ ଆଶ୍ରୟ,ଅଭିଯୁକ୍ତକୁ ଗିରଫ ଦାବି







