Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ଆହତ ଛାତ୍ରୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ଆହତ ଛାତ୍ରୀଙ୍କ ମୃତ୍ୟୁ

16

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ରାଢୋ ଗ୍ରାମର ବିଜୟ ନାରାୟଣ ସେନାପତିଙ୍କ କନ୍ୟା ଶିବାନୀ (୧୨) ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଶିବାନୀ ଗତ ୭ ତାରିଖ ଶୁକ୍ରବାର ଅପରାହ୍ନ ୧.୪୦ ସମୟରେ ରାଢୋ ନୋଡାଲ ସ୍କୁଲରୁ ଶୁଭରଂଜନ (୯) ଙ୍କ ସହ ସାଥୀ ହୋଇ ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ ରାସ୍ତାଦେଇ ଘରକୁ ଫେରୁଥିବାବେଳେ ରାଢୋ ଛକ ଶିଶିର ନାୟକଙ୍କ ଘର ସମ୍ମୁଖରେ ମାଳଦା ଆଡୁ ଦ୍ରୁତ ଗତିରେ ଆସୁଥିବା ଓଡି-୦୨ଏଡବ୍ଲ୍ୟୁ-୫୪୨୪ ନମ୍ବରର କାର ପଛରୁ ଧକ୍କା ଦେଇଥିଲା। ଫଳରେ ଉଭୟ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଶିବାନୀକୁ କଟକର ଏକ ଘରୋଇ ହସ୍‌ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଦୀର୍ଘ ୧୫ଦିନ କୋମାରେ ରହିବା ପରେ ଶିବାନୀଙ୍କର ମୃତ୍ୟୁ ଘଟିଛି। ଆଜି ଶୋକାକୁଳ ପରିବେଶରେ ତାଙ୍କର ମୃତଦେହ ରାଢୋ ବାସଭବନ ପରିସରରେ ସଂସ୍କାର କରାଯାଇଛି। ସରପଂଚ ରଂଜନ କୁମାର ପରିଡା, ପୂର୍ବତନ ସରପଂଚ ବିରେନ୍ଦ୍ର ନାୟକ, ସମିତି ସଭ୍ୟ ପ୍ରତିନିଧି ଅମୂଲ୍ୟ ସେଠୀ, ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ ପ୍ରମୁଖ ସଂସ୍କାର ସମୟରେ ଉପସ୍ଥିତ ରହି ଶୋକ ସଂପୃକ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ବିଭୁରଂଜନ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ୫୦୬/୨୫ ନମ୍ବର ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.