ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଚୁନଟି, ଚରମ୍ପା ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ଦାସ ଙ୍କ ସଭାପତିତ୍ୱରେ ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବ ଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ହରେକୃଷ୍ଣ ମହତାବ ସ୍ମାରିକ ପରିଷଦ, ଭଦ୍ରକ ର ସଭାପତି ଡ଼. ଭାଗବତ ତ୍ରିପାଠୀ, ଡ଼. ଶଶିକାନ୍ତ ପାଢ଼ୀ ଓ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ଚୂନଟି ହାଇସ୍କୁଲ ର ପ୍ରତିଷ୍ଠାତା ରତ୍ନାକର ସାମଲ ମହତାବ ଙ୍କ ଜନ୍ମ ଜୟନ୍ତୀର ସ୍ମୃତି ଚାରଣ କରି ଓଡିଶା ର ନବ ନିର୍ମାତା ହରେକୃଷ୍ଣ ମହତାବଙ୍କର ବାଲ୍ୟ ବୟସ ରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁଣାବଳୀ ମାନ ଅବତାରଣା କରି ବିଦ୍ୟାଳୟ ର ପିଲାମାନଙ୍କୁ ଦିଗଦର୍ଶନ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାଇଲକ୍ଷ୍ମୀଦାସ, କାଦମ୍ବିନୀ ଯେନା, ଜୟନ୍ତୀ ମାଝୀ, ଶେଖ ମୋଇଉଦିନ, ବିନୀତ ମଲ୍ଲିକ ସାର ଗର୍ଭକ ବକ୍ତବ୍ୟ ମାନ ରଖିଥିଲେ। ଶେଷରେ ତନୁଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।








