ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ତମ ରାଜ୍ୟ ସ୍ତରୀୟ ଟ୍ରାକ ସାଇକ୍ଲିଙ୍ଗ ଚମ୍ପିଆନସିପ୍ ଟି କିଟ୍ ର ମିନତୀ ମହାପାତ୍ର ଭେଲଡ୍ରମ ରେ ଅକ୍ଟୋବର ୧୮ ଏବଂ ୧୯ ତାରିଖ ରେ ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲା ତାର ଖେଳାଳୀ ମାନଙ୍କୁ ସଂଗ୍ରାମୀ ଦେବୀଦତ ନାୟକ ଓ ସୁବାଷ ଗୋଛାୟତ ନେତୃତ୍ୱରେ ପଠାଇଥିଲା ୧୪ ବର୍ଷରୁ କମ୍ ରେ ହର୍ଷିତ ନାୟକ (ବାଳକ) ୫୦୦ ମି. ଏବଂ ୧୦୦୦ମି ଗୋଲ୍ଡ ଓ ବ୍ରୋଞ୍ଜେ ,ସସ୍ମିତା ପଣ୍ଡା (ବାଳିକା) ଦୁଇଟି ଇଭେଂଟ ରେ ଗୋଲ୍ଡ ,୧୬ ବର୍ଷରୁ କମ ରେ ସତ୍ୟଜିତ୍ ଗୋଛାୟତ ( ବାଳକ)୨ଟି ଇଭେଂଟ ସିଲଭର୍ ,ଅନୁସୟା ନନ୍ଦୀ (ବାଳିକା)୧ଟି ବ୍ରୋଞ୍ଜ ଓ ସଚିନ୍ ଜେନା (ବାଳକ)୧ଟି ଇଭେଂଟ ରେ ଗୋଲ୍ଡ ପଦକ ହାସଲ କରିଛନ୍ତି ।ଏହି ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ଆଥଲେଟିକ ଆଶୋସିଏସନ୍ ର ସଂପାଦକ ଧିରେନ୍ ପଲାଇ ଓ ସଂଗ୍ରାମୀ ଦେବୀଦତ ନାୟକ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଶୁଭ କାମନା କରିଛନ୍ତି।








