Home ଜିଲ୍ଲା ପରିକ୍ରମା ପୁଅ ସାଜିଲା ସୈତାନ, ଜନ୍ମଦାତା ବୃଦ୍ଧ ପିତାମାତାଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର,ରକ୍ତ ଜୁଡୁବୁଡୁ ଅବସ୍ଥାରେ...

ପୁଅ ସାଜିଲା ସୈତାନ, ଜନ୍ମଦାତା ବୃଦ୍ଧ ପିତାମାତାଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର,ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର

14

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଫାଣ୍ଡି ଅଧିନସ୍ଥ ଖେରଙ୍ଗ ପଂଚାୟତ ତଳବନ୍ଧ ଗ୍ରାମରେ ପୁଅ ସାଜିଛି ସୈତାନ। ଶଶୁର ଘର ପ୍ରରୋଚନାରେ ସମ୍ପତି ପାଇଁ ଜନ୍ମଦାତ୍ରୀ ବୃଦ୍ଧ ପିତା ମାତାଙ୍କୁ ଭୁଜାଲି ରେ ଅତ୍ୟନ୍ତ ନୃଶଂସ ଭାବେ ଆକ୍ରମଣ କରି ଗୁରୁତର କରିଛି। ଖବର ପାଇ ଖେରଙ୍ଗ ପଂଚାୟତର ସରପଂଚ ଜିତେନ୍ଦ୍ର ବିଶ୍ୱାଳ ଘଟଣା ସ୍ଥଳରେ ପହଂଚି ମୁର୍ମୁଷ ଅବସ୍ଥାରେ ବୃଦ୍ଧ ପିତା ମାତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ସୂଚନା ମୁତାବକ ଚାନ୍ଦବାଲି ଥାନା ମୋତୋ ଫାଣ୍ଡି ଅଧିନ ଖେରଙ୍ଗ ପଂଚାୟତ ତଳବନ୍ଧ ଗ୍ରାମର ମନୋଜ ନାୟକ ନିଜ ବୃଦ୍ଧ ପିତା ମଧୁସୂଦନ , ମାତା ମାଧୁରୀଙ୍କ ସହିତ ସମ୍ପତି ପାଇଁ ନିଜ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କ ଚକ୍ରାନ୍ତରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ହଠାତ ଗତକାଲି ରାତ୍ରି ପ୍ରାୟ ୮ଘଟିକା ସମୟରେ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କ ପରାମର୍ଶ କ୍ରମେ ଏକ ଭୁଜାଲି ସାହାଯ୍ୟରେ ଅତି ନିର୍ମମ ଭାବେ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଗ୍ରାମବାସୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ଆସିବା ବିଳମ୍ବ ହେବାରୁ ସ୍ଥାନୀୟ ସରପଂଚ ନିଜ ଗାଡ଼ିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ।ଖବର ପାଇ ଚାନ୍ଦବାଲି ଥାନା ଅଧିକାରୀ ପରେଶ ମହାନ୍ତି ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ମନୋଜ ଏବଂ ଘଟଣାରେ ସମ୍ପୃକ୍ତ ଥିବା ଶ୍ୱଶୁର ଘର ଲୋକ ଏବେବି ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.