Home ଜିଲ୍ଲା ପରିକ୍ରମା ମା’ ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟିର ୧୬ତମ ବୋଇତ ବନ୍ଦାଣ ଉତ୍ସବ ପ୍ରାକ ପ୍ରସ୍ତୁତି...

ମା’ ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟିର ୧୬ତମ ବୋଇତ ବନ୍ଦାଣ ଉତ୍ସବ ପ୍ରାକ ପ୍ରସ୍ତୁତି ବୈଠକ

15

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ ର ୧୬ ତମ ବାର୍ଷିିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥି ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଧାମରାଇ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ହୋଇଥିବା ବୈଠକରେ ସମାଜସେବୀ ନରହରି ମଲିକ ସଭାପତିତ୍ୱ କରିଥିବା ବେଳେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା, ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ ନିଜ ବକ୍ତବ୍ୟରେ ଚଳିତ ବର୍ଷ ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟି ୧୬ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାକୁ କିପରି ସରସ ସୁନ୍ଦର କରି ହେବ ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଚଳିତ ବର୍ଷ କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ, ଭଦ୍ରକର ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ଅନନ୍ତ ସେଠୀ, ବାସୁଦେବପୁର ବିଧାୟକ ଅଶୋକ ଦାସ ଏବଂ ଦେବସ୍ମିତା ଶର୍ମା ପ୍ରମୁଖ ଏହି ବେଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ବୋଲି ସହମତି ପ୍ରଦାନ କରିଛନ୍ତି । ହୋଇଥିବା ପ୍ରସ୍ତୁତି ବୈଠକରେ ବୋଲି ଅମୀୟ ମହାପାତ୍ର, ସୁରେଶ ମାହୁନ୍ତ, ପ୍ରମୋଦ ନାୟକ,ଦୁଖ ଜେନା,ପ୍ରଭୁରାମ ଦଳେଇ, ଉମେଶ ମହାକୁଡ, ବିଜୟ ବେହେରା,ମାୟାଧର ପରିଡା, ଶୁକଦେବ ଜେନା, ତାରାକାନ୍ତ ସେଠୀ, ଦୀପକ ମାହୁନ୍ତ, ନରେନ୍ଦ୍ର ମାଇତି ,ନରେନ୍ଦ୍ର ନାୟକ, ମଦନ ଦିନ୍ଦା, ଙ୍କ ସମେତବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.