ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ମଠ ସାହି ତଥା ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ମାଁ ଦକ୍ଷିଣେଶ୍ୱର ପୀଠରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ତାଙ୍କ ସହ ପରିବାର ସହିତ ମାଁ ଙ୍କ ଦର୍ଶନ କରିବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି। ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଏ ଆଲୋକର ପର୍ବ ଦୀପାବଳି ସଭିଙ୍କ ଜୀବନର ଚଲାପଥ କୁ ସଫଳତା ର ଆଲୋକ ରେ ଆଲୋକିତ କରିବା ନେଇ ମାଁ ନିକଟରେ ପ୍ରାର୍ଥନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।








