Home ଜିଲ୍ଲା ପରିକ୍ରମା ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ପୁରସ୍କାର ବିତରଣ

ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ପୁରସ୍କାର ବିତରଣ

4

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୪-୨୫ ର ଜିଲ୍ଳା ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଭଦ୍ରକ ବାଇପାସ୍ ସ୍ଥିତ ଶ୍ରୀ ଶ୍ରୀ ଗୀତା ଭବନ ପରିସରରେ ଏକ ଦିବ୍ୟ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭଦ୍ରକ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଯୋଗ ଦେଇ ଗାୟତ୍ରୀ ପରିବାର ଦ୍ୱାରା ଅନୁଷ୍ଠିତ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା, ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ଙ୍କ ବ୍ୟକ୍ତିତ୍ୱ ନିର୍ମାଣ ସହିତ ମାନବୀୟ ଗରିମା ଜାଗ୍ରତ କରିବା ରେ ସହାୟକ ହେବ। ଏହା ପିଲା ମାନଙ୍କ ର ବିଚାର ଶକ୍ତି ପ୍ରଖର କରିବା ସହିତ ଦୁ୍ୱର୍୍ୟସନ ତଥା ଅବସାଦ ରୁ ମୁକ୍ତ କରିବ । ପିଲା ମାନଙ୍କ ମଧ୍ୟରେ ଥିବା ପ୍ରତିଭା ଚୟନରେ ସହାୟକ ହେବ ବୋଲି ମତ ରଖିଥିଲେ। ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ର କେନ୍ଦ୍ରସ୍ଥଳ ଶାନ୍ତିକୁଞ୍ଜ ହରିଦ୍ୱାରରେ ସେ ସପରିବାର ଦୁଇ ଦିନ ରହଣି ର ଅନୁଭୂତି ସମ୍ପର୍କରେ ସୂଚନା ଦେଇ କହିଲେ ଯେ ବାସ୍ତବରେ ଏହା ତାଙ୍କ ପାଇଁ ସ୍ୱର୍ଗୀୟ ଅନୁଭବ। ସେଠାରେ ପହଂଚି ଗଲେ ଆଉ ଫେରି ବା ପାଇଁ ଇଛା ହେଉ ନଥାଏ । “ଗାୟତ୍ରୀ ପରିବାର” ଏକ ମଣିଷ ଗଢା କାରଖାନା ଅଟେ।ଉକ୍ତ ଉତ୍ସବରେ ରେ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ବରିଷ୍ଠ ସଦସ୍ୟ ତଥା ବୈଜ୍ଞାନିକ ଇଂ ଅଭୟ ସୂତାର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲା ମାନଙ୍କୁ ଗାୟତ୍ରୀ ପରିବାର ର ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନନୀୟା ଅତିଥି ଭାବରେ ପ୍ରଧାନ ଶିକ୍ଷୟତ୍ରୀ ଡଃ ଜାନକୀ ପାଢ଼ୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ୱୋଧନ ଦେଇ ଥିଲେ। ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପ୍ରଫୁଲ୍ଲ ଦାସ ଏବଂ ଯୁଗ ନିର୍ମାଣ ସାହିତ୍ୟ ପ୍ରକାଶନ ଟ୍ରଷ୍ଟ, ଓଡ଼ିଶାର ବରିଷ୍ଠ କର୍ମକର୍ତା ପାଣ୍ଡବ ଯେନା ଏଥିରେ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କଲେ। ଭଦ୍ରକ ଜିଲ୍ଲା ୍ୱର୍ଷିୟାନ ଗାୟତ୍ରୀ ସାଧକ ତଥା ଅବସର ପ୍ରାପ୍ତ ଶିକ୍ଷାଧିକାରୀ ଆନନ୍ଦ ଚନ୍ଦ୍ର ଦାସ ମଧ୍ୟ ଅଭିଭାଷଣ ରଖିଥିଲେ। ପଂଚମ ଶ୍ରେଣୀରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ନଅଟି ଶ୍ରେଣୀ ଭିତରେ ସମଗ୍ର ଜିଲ୍ଲାରେ ଉକ୍ତ ପରୀକ୍ଷା ଦେଇ ସର୍ବାଧିକ ନମ୍ବର ରଖିଥିବା ପ୍ରଥମ ଦ୍ୱିତୀୟ ତୃତୀୟ ଭାବରେ ପ୍ରତି ଶ୍ରେଣୀ ର ପିଲାଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ଏବଂ ବିଭିନ୍ନ ଉପାଦେୟ ପୁସ୍ତକ ଓ ଗାୟତ୍ରୀ ମନ୍ତ୍ର ଲିଖନ ଖାତାସହ ଉପଢୌକନ ମଧ୍ୟ ପ୍ରଦାନ କରାଗଲା। ଏହି ପରୀକ୍ଷା ଆୟୋଜନ କରାଇବା ରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଅକୁଣ୍ଠ ସାହାଯ୍ୟ କରୁଛନ୍ତି ସେମାନଙ୍କୁ “ଶ୍ରୀ ରାମ ଶର୍ମା ଉତ୍କୃଷ୍ଟ ସ୍ୱୋ ଶିକ୍ଷକ ସମ୍ମାନ ” ଭାବରେ ମାନପତ୍ର ସହ ଉପଢୌକନ ରେ ସମ୍ମାନିତ କରାଯାଇଥିଲା। ଜିଲ୍ଲା ଗାୟତ୍ରୀ ପରିବାର ସମନ୍ୱୟ ସମିତି ର ସମନ୍ୱୟକ ପ୍ରଦୀପ କୁମାର ନାୟକ ସଭାପତିତ୍ୱ କରିଥିଲେ । ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ର ଜିଲ୍ଲା ସଂଯୋଜକ ଅଧ୍ୟକ୍ଷ କୁଶଦ୍ୱେ ମଲ୍ଲିକ ଅତିଥି ପରିଚୟ ଓ ବିବରଣୀ ପାଠ କରି ଥିଲେ। ଶାନ୍ତି ଲତା ସାମଲ ଓ ନମିତା ମହାନ୍ତି ଯୁଗ ସଙ୍ଗୀତ ଗାନ କରିଥିଲେ ।ଏଥିରେ ୨୯ ଜଣ ଛାତ୍ରଛାତ୍ରୀ, ୧୨ଜଣ କୃତି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସର୍ବାଧିକ ପରୀକ୍ଷା କରାଇଥିବା ସ୍କୁଲ ର ପ୍ରଧାନ ଶିକ୍ଷକ ଓ ସର୍ବୋଚ୍ଚ ପରୀକ୍ଷା କରାଇଥିବା ଗାୟତ୍ରୀ ପରିବାର ର କର୍ମକର୍ତା ଙ୍କୁ ସମ୍ମାନିତ କରାଯାଇଥିଲା।ଜିଲ୍ଲା ଗାୟତ୍ରୀ ପରିବାର ପରିଜନ ଙ୍କସହ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗହଣରେ ଅନୁଷ୍ଠିତ ଏହି ଉତ୍ସବ ରେ ଜିଲ୍ଲା ସମନ୍ୱୟ ସମିତି ର ସହସମନ୍ୱକ ଶ୍ରୀଧର ସାମଲ, ମିଡ଼ିଆ ସେଲ୍ ର କେଦାର ନାଥ ମହାପାତ୍ର,ସଙ୍ଗଠକ ପ୍ରଫୁଲ୍ଲ ରାଉତ,ଆସନ୍ତୁ ଗଢ଼ିବା ସଂସ୍କାର୍ୱାନ ପିଢି ବିଭାଗର କାକଳି ଖଟୁଆ, ନାରୀ ଜାଗରଣ ବିଭାଗ ର ନମିତା ମହାନ୍ତି, ରମେଶ ବେହେରା, ସର୍ବୋପରି ଯୁବା ପ୍ରତିନିଧି ଅରୁଣ ମଲ୍ଳିକ , ଜିଲ୍ଲା ଶକ୍ତିପୀଠ ର ମୁଖ୍ୟ ଟ୍ରଷ୍ଟି କୈଳାସ ଚନ୍ଦ୍ର ମହାନ୍ତି ଓ କୋଷାଧ୍ୟକ୍ଷ ଟ୍ରଷ୍ଟି ଆଲୋକ ମୁଖାର୍ଜୀ,ବରିଷ୍ଠ ସାଧକ କରୁଣାକର ସାମଲ, ଆନନ୍ଦ ଚନ୍ଦ୍ର ନାୟକ,ଦୁଃଶାସନ ଖଣ୍ଡେଇ , ମନୋରଞ୍ଜନ ମହାପାତ୍ର,ମଞ୍ଜୁଲତା ଦାସ,ପଦ୍ମାବତୀ ସାମଲ,ଲୋସନା ରାଉତ, ମଞ୍ଜୁଲତା ନାୟକ ଆଦି ପରିଜନ ଙ୍କ ସାହାଯ୍ୟ ସହଯୋଗ ରେ ଏହି ବୌଦ୍ଧିକ ଉତ୍ସବ ପାଳନ କରାଯାଇଥିଲା। ଆଗାମୀ ୨୦୨୫-୨୬ ରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କୁ ସମଗ୍ର ଜିଲ୍ଲାରେ ବ୍ୟାପକ କରିବା ପାଇଁ ସଂକଳ୍ପବଦ୍ଧ ହେଲେ।ବରିଷ୍ଠ ଗାୟତ୍ରୀ ସାଧକ ଅମୂଲ୍ୟ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.