Home ଜିଲ୍ଲା ପରିକ୍ରମା କୁଆମରା ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫

କୁଆମରା ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫

27

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କୁଆମରା ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପଂଚୁଟିକ୍ରି ଜି.ପି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି।ପଂଚୁଟିକ୍ରି ଜିପି ହାଇସ୍କୁଲର ପ୍ରଧାନ ଶିକ୍ଷକ ତାରାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ. ନାରାୟଣ ଧଳ, ବିଶିଷ୍ଟଅତିଥି ଭାବେ ଆଦାନୀ ର ସାମାଜିକ ଦାୟିତ୍ୱ ଏବଂ ମୁଲ୍ୟବୋଧ ବିଭାଗର ଦେବାଶିଷ ମୁଖାର୍ଜୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ସିଆରସିସି ତଥା ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ୱର ଜେନା,ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଅକ୍ଷୟ କୁମାର ବିନ୍ଧାଣୀ, ସିଆରସିସି ଗୋରାଚାନ୍ଦ ମାଝୀ, କୁଆମରା ସିଆରସିସି ତ୍ରିଲୋଚନ ଦାସ ପ୍ରମୁଖ ମଂଚାସୀନ ଥିଲେ। ୨୪ଟି ପ୍ରତିଯୋଗିତା ପାଇଁ ୧୮ଟି ବିଦ୍ୟାଳୟର ୩ଶହ ଜଣ ଛାତ୍ରଛାତ୍ରୀ କନିଷ୍ଠ ବର୍ଗ ଏବଂ ବରିଷ୍ଠବର୍ଗ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମସ୍ଥ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସିଆରସିସି ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.